ନୟାଗଡ଼ କପ୍ ସେମି ଫାଇନାଲ: ଫାଇନାଲକୁ ଗଲା ମଙ୍ଗଳା କ୍ଳବ୍ କଟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ୨ୟ ତଥା ଅନ୍ତିମ ସେମିଫାଇନାଲ ମ୍ୟାଚ। ଏଥିରେ ପରସ୍ପରକୁ ଭେଟିଥିଲେ ଓଡ଼ିଶା ପୋଲିସ କଟକ ଏବଂ ମଙ୍ଗଳା କ୍ଳବ୍ କଟକ ଦଳ। ଆଜିର ସେମିଫାଇନାଲ ମ୍ୟାଚ ଫାଇନାଲ ମ୍ୟାଚ ଭଳି ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ଆଜି ମଧ୍ୟ ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ଉପରେ ଉପସ୍ଥିତ ଏହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏଠାରେ ଜିଲ୍ଲା ପରିଷଦ ସଭ୍ୟା ବିରଜଲକ୍ଷ୍ମୀ ସାହୁ, ଗୋଦାବରୀ ସାହୁ ଅଧକ୍ଷ ସିଭିଲ ସୋସାଇଟି, ଏସ କେ ଅତାହତ୍ ଏମ ଡି ଓରିପ୍ଲାଷ୍ଟ, ତାପସ ରଂଜନ ପାଢ଼ୀ, ଜିଲ୍ଲା ଆମ୍ବେଦକର ମହାସଂଘ ସଭାପତି ସୁଧୀର ମୁଖୀ, ଅଳକା ଡ୍ରେସ୍ ସୋରୁମର ମାଲିକ ରାଧେଶ୍ୟାମ ମହୋତା, ହାନାନ ଖାଁ ସିନ୍ଦୁରିଆ ଗ୍ରାମ କମିଟି ସମ୍ପାଦକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳର  ପ୍ରଥମାର୍ଦ୍ଧରେ ଉଭୟ ଦଳର ଖେଳାଳିମାନଙ୍କ ସହ ପଡିଆ ମଧ୍ୟରେ କରମର୍ଦ୍ଦନ କରିଥିଲେ ।

ମୁଖ୍ୟ ରେଫରି ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ ଆଜିର ଖେଳ ପରିଚାଳନା କରିଥିଲେ । ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ କୁମାର ନାୟକ ଓ ସରୋଜ ମହାରଣା ଏବଂ ଚତୁର୍ଥ ରେଫରି ଭାବେ ରାଜୁ ସ୍ବାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ। ଅଧ୍ୟାପକ ଆଶୁତୋଷ ମିଶ୍ର ଏବଂ ସାମ୍ବାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିଲେ। ଆଜି ବହୁ ସଂଖ୍ୟାରେ ଦର୍ଶକ ପଡିଆର ଚାରିପଟେ ରହି ଖେଳ ଉପଭୋଗ କରିବା ସହ କରତାଳି ଓ ହୋ ହାଲ୍ଲା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଅପର ପକ୍ଷରେ ୭୮୬ ୟୁଥ୍ କ୍ଳବ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ମ୍ୟାଚ୍ କମିଶନର ଆଲୋକ କୁମାର ଦାଶ, ଜୁରି  କମିଟି ସଭାପତି ଅମୀୟ ମୋହନ ସାହୁ ଓ ସମ୍ପାଦକ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ପ୍ରତ୍ୟେକଟି ଦିବସରେ ଉପସ୍ଥିତ ରହି ଖେଳାଳି ମାନଙ୍କ ମାନ ନିର୍ଦ୍ଧାରଣ କରୁଥିଲେ ଏବଂ ସେହିଭଳି ୭୮୬ କ୍ଳବ୍ ତରଫରୁ ଡ. ସୋନି ପ୍ରତ୍ୟେକ ଟି ଦିବସରେ ଆହତ ଖେଳାଳି ମାନଙ୍କୁ ତାଙ୍କ ଟିମ୍ ସହ ତୁରନ୍ତ ପ୍ରାଥମିକ ସେବା ଯୋଗାଇବା ଜାରୀ ରଖିଛନ୍ତି।

ଆସନ୍ତା ତା ୨୬.୦୧.୨୬ ରିଖ ପବିତ୍ର ସାଧାରଣତନ୍ତ୍ର ଦିବସରେ ଏଠାରେ ଭଞ୍ଜନଗର ଦଳ ସହିତ ମଙ୍ଗଳା କ୍ଳବ୍ କଟକ  ଦଳ ଫାଇନାଲ ଖେଳରେ ମୁହାଁ ମୁହିଁ ହେବେ। ଆଜିର ଖେଳରେ  ମଙ୍ଗଳା କ୍ଳବ୍ କଟକ ଦଳର  ୧୦ ନମ୍ବର ଜର୍ସିରେ ଥିବା ଖେଳାଳି ଦୀନବନ୍ଧୁ ଦାସ        ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତାକାଲି ସ୍ଥାନୀୟ ପୂର୍ବତନ ପ୍ରଖ୍ୟାତ ଫୁଟବଲ ଖେଳାଳୀ ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବ ବିଲ ମ୍ୟାଚ ଅନୁଷ୍ଠିତ ହେବ। ଶେଷରେ ମଙ୍ଗଳା କ୍ଳବ୍ କଟକ ୩-୦ ଗୋଲରେ ବିଜୟୀ ହୋଇଥିଲା।

Related posts