ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କପ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ପ୍ରଥମ ସେମି ଫାଇନାଲ। ଏଥିରେ ମରାଠା ୧୧ ଏଫ୍ ସି ଭଞ୍ଜନଗର ଏବଂ ଏସ ଜେ ସି ଫୁଟବଲ କେରଳ ପରସ୍ପରକୁ ଭେଟିଥିଲେ। ଆଜିର ସେମି ଫାଇନାଲ ମ୍ୟାଚରେ ଫାଇନାଲ ମ୍ୟାଚ ଭଳି ଲଢେଇ ଦେଖିବାକୁ ମିଳିଥିଲା। ବିଶେଷ କରି ଆଜିର ସେମି ଫାଇନାଲ ଖେଳରେ ଡ. ଅରୁଣ କୁମାର ସାହୁ ମଞ୍ଚରେ ଉପସ୍ଥିତ ରହି ଉଭୟ ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଜନତା ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଦିଲୀପ କୁମାର ହାତୀ, ନୀଳମାଧବ ପଣ୍ଡା ସଭାପତି ଛାତ୍ର ବିଜୁ ଜନତା ଦଳ, ସତ୍ୟବ୍ରତ ପଟ୍ଟନାୟକ ସଭାପତି ଯୁବ ଜନତା ଦଳ, ସୁଶାନ୍ତ କୁମାର ପ୍ରଧାନ ସରପଞ୍ଚ ମୁଥାଗଡିଆ, ରବୀନ୍ଦ୍ର କୁମାର ଜେନା ଜିଲ୍ଲା ଉପ ସଭାପତି ଯୁବ ଜନତା ଦଳ, ସମାଜସେବୀ ଅବିନାଶ ସାହୁ, ଭଞ୍ଜ କିଶୋର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ମୁଖ୍ୟ ରେଫାରି ଜ୍ୟୋତି ରଞ୍ଜନ ସ୍ବାଇଁ ଆଜି ର ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ ନାୟକ ଓ ସରୋଜ ମହାରଣା ଏବଂ ୪ ନମ୍ବର ରେପାରି ଭାବେ ରାଜୁ ମହାନ୍ତି କାର୍ଯ୍ୟ ତୁଲାଇ ଥିଲେ। ପ୍ରଥମରୁ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରୀ ରହିଥିଲା ଏବଂ ଖେଳ ଅମିମାଂସିତ ରହିଥିଲା। ଦିତିୟାର୍ଦ୍ଧାରେ ଭଞ୍ଜନଗର ଦଳର ୧୧ନମ୍ବର ଖେଳାଳି ବିକ୍ରମ ଗୋଟିଏ ଗୋଲ୍ ଦେଇ ଦଳକୁ ୧ – ୦ ଗୋଲ୍ ରେ ଆଗୁଆ ରଖିଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ । ଆସନ୍ତା କାଲି ଏଠାରେ ଉତ୍କଳ ସ୍ପୋର୍ଟିଂ କ୍ଳବ୍ ଜଟଣୀ ଏବଂ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିବେ। ଆଜି ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଲାଭ କରିଥିଲେ କେରଳ ଦଳର ୨ନମ୍ବର ଖେଳାଳି ନନ୍ଦୁଆନ।
