ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ନଗର ଛାତ୍ର ସମ୍ମିଳନୀ ସ୍ଥାନୀୟ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ଅୟୋଜିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ପରାକ୍ରମ ଦିବସ ଦେଶ ବ୍ୟାପି ଏବିଭିପି ଏକ ସପ୍ତାହ ପାଇଁ ପାଳନ କରୁଛି। ଏହି ଅବସରରେ ନୟାଗଡ଼ ନଗର ମଧ୍ୟ ଯୁବ ଦିବସ ଓ ପରାକ୍ରମ ଦିବସ ପାଳନ ସହ ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵଜିତ ପାତ୍ର ଯୋଗ ଦେଇଥିଲେ ଓ ଏବିଭିପିର ଲକ୍ଷ୍ୟ ଆଦର୍ଶ ଓ ସ୍ଵାମୀ ବିବେକାନନ୍ଦଙ୍କ ଓ ନେତାଜୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟରଂଜନ ସାହୁ ସ୍ଵାଗତ ଭାଷଣ ରଖିବା ସହ ନୂତନ ନଗର ସଭାପତି ଓ ସମ୍ପାଦକଙ୍କ ନାମ ଘୋଷଣା କରିଥିଲେ। ନୂତନ ନଗର ସଭାପତି ରୂପେ ଅଧ୍ୟାପିକା ବବିତା ଦାସ୍ ଓ ସମ୍ପାଦକ ରୂପେ ସୌଭାଗ୍ୟ ରଞ୍ଜନ ପ୍ରଧାନ ଦାୟିତ୍ଵ ପାଇଛନ୍ତି। ବିଭାଗ ସଂଗଠନ ମନ୍ତ୍ରୀ ଅରିଜିତ ପଟ୍ଟନାୟକ ସମାରୋପ ବକ୍ତବ୍ଯ ରଖିଥିଲେ। କାର୍ଯ୍ୟକ୍ରମ ସଂଚାଳନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶତପଥୀ କରିଥିଲେ।

ଏହି ଅବସରରେ ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ସାହୁ ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଲେ ସହ ସମ୍ପାଦକ ରୂପେ ସୋହନ ରାଉତ ରାୟ, ଲଷ୍ମୀଧର ପାଣିଗ୍ରାହୀ, ଜ୍ୟୋତି ନାୟକ ଏସ୍ଏଫ୍ଏସ୍- ନଗର ସଂଯୋଜକ- ପିୟୁଷ ଦାସ SFS ସହ ସଂଯୋଜକ- ଗଙ୍ଗାଧର ଦାସ, ଖେଲୋ ଭାରତ୍ – ନିହାର ରଞ୍ଜନ ନାୟକ, ଗଗନ ନାୟକ, ଏସ୍ଏଫ୍ ଡି- ଲିପୁ ସେଠି ଓ ଶ୍ରୀଧର ସାହୁ, ସିଡିଡି- କ୍ଷେତ୍ରବାସି ମହାପାତ୍ର ଓ ପ୍ରିୟବ୍ରତ ସୋସିଆଲ ମିଡ଼ିଆ ର ଦାୟିତ୍ୱ- ସାଇ ଅମ୍ରିତ, ମିଡ଼ିଆ- ବିଶ୍ୱଜିତ ସ୍ୱାଇଁ ଓ ଚର୍ଚ୍ଚିତ ରାଷ୍ଟ୍ରୀୟ କଳାମଞ୍ଚ ର ଦାୟିତ୍ୱ ସୋହନ ସାହୁ ଏବଂ ନଗର କାର୍ଯ୍ୟକାରିଣୀ ଭାବେ ସାଇ ସୁରିଆ ପଟ୍ଟନାୟକ, ସାଗର ସେଠି, ସାଇ ପ୍ରସାଦ ସାହୁ, ଆରୋବିନ୍ଦ ଦାସ, ପ୍ରଭାତୀ ପାତ୍ର, ଅବିନାଶ ସାହୁ, ଆୟୁଷ ପାତ୍ର, ରମାକାନ୍ତ ଗଜେନ୍ଦ୍ରଙ୍କ ନାମ ଘୋଷଣା କରାଗଲା ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ଅନ୍ୟନ୍ୟ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ ଏବଂ ଏହି ସମୟରେ ନୂତନ କାର୍ଯ୍ୟକାରିଣୀଙ୍କ ଦ୍ୱାରା screen time to activity timeର ପୋଷ୍ଟର ଉନ୍ମୋଚନ କରାଗଲା
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହ ସଂଯୋଜକ ମଙ୍ଗୁଳିଆ ବେହେରା, ସନ୍ତୋଷିନି ମନ୍ତ୍ରୀ, ରିଙ୍କୁ ପ୍ରଧାନ, ସତ୍ୟନାରାୟଣ ଦୋରା ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
