ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୮ ମସିହା ମାଟ୍ରିକ ବ୍ୟାଚର ସହପାଠୀମାନଙ୍କୁ ନେଇ ଶରଣକୁଳର ଆରାଧ୍ୟ ଦେବୀ ମା ଝାଡେଶ୍ୱରୀଙ୍କ ପୀଠରେ ୭ମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହପାଠୀ ଗ୍ରୁପର ସଭାପତି ବଂଶୀଧର ଡାକୁଆ ସଭାପତିତ୍ବ କରିଥିଲେ । ପ୍ରଥମେ ଦିବଙ୍ଗତ ସହପାଠୀ ମାନଙ୍କ ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୫୦ରୁ ଉର୍ଦ୍ଧ୍ବ ବାଲ୍ୟବନ୍ଧୁ ଯୋଗଦେଇ ସ୍କୁଲ ଜୀବନର ସ୍ମୃତି ରୋମନ୍ଥନ କରିବା ସହିତ ପ୍ରାକୃତିକ ପରିବେଶ ମଧ୍ୟରେ ଭୋଜିଭାତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ସର୍ବସମ୍ମତି କ୍ରମେ ଆଗାମୀ ୫ବର୍ଷ ପାଇଁ ସୁଶାନ୍ତ କୁମାର ପଣ୍ଡା -ସଭାପତି ଓ ପ୍ରମୋଦ କୁମାର ସାହୁ – ସମ୍ପାଦକ ରୂପେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମକୁ ଗଗନ ବିହାରୀ ମିଶ୍ର, କିଶୋର ଚନ୍ଦ୍ର ସାହୁ ଓ ଦୁର୍ଯୋଧନ ସାହୁ ପରିଚାଳନା କରିଥିଲେ ।
ଶରଣକୁଳ ହାଇସ୍କୁଲର ୧୯୭୮ ବ୍ୟାଚର ବନ୍ଧୁ ମିଳନ
