ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ବିଭାଗ ଆନୁକୁଲ୍ୟରେ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ଏକ ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଡ.ବିପିନ କୁମାର ପଟ୍ଟନାୟକ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରାକ୍ତନ କୁଳପତି ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ତିରୁପତି ଓ କିସ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳାନୁଶାସନ ପ୍ରଫେସର ସତ୍ୟନାରାୟଣ ଆଚାଯ୍ୟର୍ ଯୋଗ ଦେଇଥିଲେ। ମୁଖ୍ୟ ପ୍ରବକ୍ତା ଭାବେ ପ୍ରଫେସର ହରେକୃଷ୍ଣ ଶତପଥୀ “ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥ“ ବିଷୟ ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଅତିଥିମାନଙ୍କ ବିସ୍ତୃତ ପରିଚୟ ପ୍ରଦାନ କରିଥିଲେ। ମାନପତ୍ର ପଠନ ଅଧ୍ୟାପିକା ଟୁନି ପରିଡ଼ା, ବିଶେଷ ସହଯୋଗୀ ଅଧ୍ୟାପକ ଶ୍ରୀ ରାଜୀବ ନାୟକ, ଉତ୍କଳିକା ପ୍ରଧାନ ଓଡ଼ିଶୀ ନୃତ୍ୟରେ ସମସ୍ତଙ୍କୁ ବିଭୋର କରିବା ସହ ବିଭିନ୍ନ ବିଭାଗର ଅନେକ ଅଧ୍ୟାପକ ଓ ଅଧ୍ୟାପିକା, ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି କାଯ୍ୟର୍କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଅଧ୍ୟାପକ ରାଜକିଶୋର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts