୭ମ ଜିଲ୍ଲାସ୍ତରୀୟ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପରୀ ଉଦଘାଟିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁମୀ ପଞ୍ଚାୟତ ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ୩ ଦିନ ବ୍ୟାପୀ ୭ମ ଜିଲ୍ଲା ସ୍ତରୀୟ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପରୀ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ଙ୍କ ସଭାପତିତ୍ଵରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରୀରୁ ନେତୃତ୍ବ, କମ୍ୟୁନିଟି, ଶାରୀରିକ ସମୃଦ୍ଧ ହୋଇଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ, ନୂଆଗାଁ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଗୁମୀ ସରପଞ୍ଚ ବବୃ ମହାରଣା, ସମିତି ସଭ୍ଯ ସଞ୍ଜୀବ କୁମାର ଡାକୁଆ, ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁରଲୀଧର କହଁର ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିରେ ନୟାଗଡ଼ ଜିଲ୍ଲାର ପ୍ରାୟ ୨୮ ଟି ବିଦ୍ୟାଳୟର ୫୧୯ ଜଣ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀ ଏବଂ ୭୫ ଜଣ ସ୍କାଉଟ୍ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ୍ ଉପସ୍ଥିତ ରହିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ଚିତ୍ରାଙ୍କନ, ସ୍କିଲ ରାମା, କନଫିଡେଣ୍ଟ ୱାକ୍, ବ୍ୟାଣ୍ଡ ଡିସପ୍ଲେ, କଲର ପାର୍ଟି, ମାର୍ଚ୍ଚଫାଷ୍ଟ, ଫୁଡଭିଲ୍ଲା, ରୁରାଲ ବଜାର, ଫିଜିକାଲ ଡିସପ୍ଲେ, କ୍ୟାମ୍ପ ଫାୟାର ଏବଂ ନୃତ୍ୟ ପ୍ରତିଯୋଗିତା କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହିତ ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।

Related posts