ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ସହପ୍ରାନ୍ତ ସେବାପ୍ରମୁଖ ବେଲେଶ୍ୱର ସାହୁ, ସଭାଧ୍ୟକ୍ଷ ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚାସୀନ ଥିଲେ। ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଅତିଥି ପରିଚୟ କରାଇଥିଲେ। ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ।

ମୁଖ୍ୟବକ୍ତା ବେଲେଶ୍ୱର ସାହୁ ଆଜିର ସମାଜରେ “ପଞ୍ଚ ପରିବର୍ତ୍ତନ”ର ଆହ୍ବାନ ଦେଇଥିଲେ। ସେଗୁଡ଼ିକ ଯଥାକ୍ରମେ ସ୍ଵବୋଧ, କୁଟୁମ୍ବ ପ୍ରବୋଧକ ,ସାମଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକର କର୍ତ୍ତବ୍ୟ ଇତ୍ୟାଦି ବହୁ ଉଦାହରଣ ମାଧ୍ୟମରେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ପ୍ରଥମ ସଭାପତି ଭଗବାନ ସାହୁ ଓ ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଭିଭାବକ ଭାଇଭଉଣୀଙ୍କ ସହଯୋଗ କାମନା କରିଥିଲେ।

ବିଦ୍ୟାଳୟର ବିଦ୍ୟାମନ୍ଦିର ପ୍ରମୁଖ ସୁରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ପ୍ରାଧାନାଚାର୍ଯ୍ୟ ଓ ପ୍ରଶାସନିକ ପରିଷଦର ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ତତ୍ବାବଧାନ ଓ ଅଭିଭାବକ ଭାଇଭଉଣୀଙ୍କ ସହଯୋଗରେ ଉତ୍ସବ ସମାପନ ହୋଇଥିଲା।

Related posts