ନୟାଗଡ଼ କଂଗ୍ରେସ ପକ୍ଷରୁ ବିଜେପି ସରକାର ବିରୁଦ୍ଧରେ ନାରାବାଜି ସହ  ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ଼ ମନିଲଣ୍ଡେରିଙ୍ଗ ଶହଶହ କୋଟି ଟଙ୍କା ହଡପ କରିଥିବା ଦର୍ଶାଇ କେନ୍ଦ୍ର ବିଜେପି ସରକାର ତାଙ୍କ ପୋଷା ସିବିଆଇ ଇଡି ଲଗାଇ ଗାନ୍ଧୀ ପରିବାର ବିରୁଦ୍ଧରେ ମିଛ କେଶ କରି କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ୧୨ବର୍ଷ ଧରି ଦିଦିନ ଧରି ପଚାରାଉଚୁରା କରି ମାନସିକ ନିର୍ଯାତନା ଦେଇ ଦେଶବାସୀଙ୍କ ଆଗରେ ନିନ୍ଦିତ କରିବା ଭଳି ମନ୍ଦ ଉଦ୍ଧେଶ୍ୟ ରଖି କଂଗ୍ରେସ ଦଳ ବିରୁଦ୍ଧରେ ନାନାଦି ଅପପ୍ରଚାର କରି ଆସୁଥିଲେ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ସିବିଆଇ ଦ୍ୱାରା ଦିଲ୍ଲୀ ରାଉଜ ଆଭେନିୟୁ ଅଦାଲତରେ ଦାଖଲ ହୋଇଥିବା ମିଥ୍ୟା ଦସ୍ତାବିଜ କୌଣସି ଠୋସ ଅଭିଯୋଗ ସମ୍ପର୍କିତ ପ୍ରାମାଣିକ ତଥ୍ୟାବଳୀ ଉଲ୍ଲେଖ କରାଇବାରେ ସିବିଆଇ ବିଫଳ ଥିବାରୁ ମାନ୍ୟବର ଅଦାଲତ ଏହି ମିଥ୍ୟା ମନଗଢା ଅଭିଯୋଗ ଫର୍ଦ୍ଦ ଗ୍ରହଣ ନକରି ଖାରଜ କରି ଦେବା ପରେ କେନ୍ଦ୍ର ବିଜେପି ସରକାରକୁ ଶକ୍ତ ଧକ୍କା ଲାଗିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି।

କଂଗ୍ରେସ ଦଳକୁ ଦେଶରେ ବଦନାମ କରାଥିବା ବିଜେପି ସରକାର ଦେଶବାସଙ୍କ ଆଗରେ କ୍ଷମା ପ୍ରାର୍ଥନା ହେଉ ବୋଲି ରଣପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭପ୍ରସାଦ ମିଶ୍ର କହିଛନ୍ତି। କଂଗ୍ରେସ ଦଳର ଏହି ନୈତିକ ବିଜୟ ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଅପରାହ୍ନ ୫ଘଟିକା ସମୟରେ ଶତାଧିକ ଯୁବଛାତ୍ର ଦଳୀୟ କାର୍ଯ୍ୟକର୍ତା ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରୁ ନୟାଗଡ ଟ୍ରାଫିକ ଛକ ଯାଏଁ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରି ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ନୂଆଗାଁ ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ରମେଶ ପ୍ରଧାନ, କୂଳେଶ ମହାନ୍ତି, ମଦନ ମୋହନ ବିଶୋଇ, ଆଲୋକ କୁମାର ପ୍ରଧାନ,ଗୋଲାବ ଖାଁ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଅମ୍ଲାନ ଅଂଶୁମାନ ସାହୁ, ସରାଫତ ଖାଁ ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Related posts