ନୟାଗଡ଼ରେ ୬୮ଜଣଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିଅମରେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ୭୮ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୨ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୫୦ହଜାର ବୃଦ୍ଧି ହୋଇ ଦୁଇଲକ୍ଷ ୫୦ହଜାର ଟଙ୍କା ମିଳିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ  ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉପସ୍ଥିତ ରହି ହିତାଧିକାରୀଙ୍କୁ ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷକରି ୨୦ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ଅର୍ଥରାଶି ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ହିତାଧିକାରୀଙ୍କୁ ଯେମିତି ସଠିକ୍ ସମୟରେ ତାଙ୍କ ଟଙ୍କା ମିଳିବ ସେ ନେଇ ଅଧିକାରୀ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ କାଉନସିଲର ମାନେ ଉପସ୍ଥିତ ଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ସଂଯୋଜନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୁନିସିପାଲିଟିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related posts