ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବାର୍ଷିକ ମାତ୍ରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥିଭାବେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମାଜସେବୀ ସରସୀବାଳା ଦାସ ଯୋଗଦେଇ ଶିଶୁର ପ୍ରଗତିରେ ମାଆର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସାହୁ ଉତ୍ତମ ମାଆବାପା ହେବା ପାଇଁ ହେଲେ କଠିନ ପରିଶ୍ରମ ଓ ସାଧନା କରିବାକୁ ପଡିବ ବୋଲି କହିବା ସହିତ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ। ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଶିଶୁ ମାନଙ୍କର ପ୍ରଗତି ପାଇଁ ମାଆବାପା ମାନଙ୍କୁ ବିଦ୍ଯାଳୟ ତରଫରୁ ୨୦ଟି ସଚେତନତା ସୂଚନା ପ୍ରଦାନ କରିଥିଲେ। ଶିଶୁ ମାନଙ୍କର ପିତାମାତା ଓ ଗୁରୁଜୀ ଗୁରୁମା ମିଳିତ ଭାବେ ଶିଶୁର ପ୍ରଗତି ପାଇଁ ଦାୟୀ। ଶିଶୁର ବିକାଶ ପାଇଁ ପରିବାରରେ ମାଆବାପା ମାନେ ଶିଶୁ ମାନଙ୍କୁ ଅଧିକ ସମୟ ଦେବା ପାଇଁ ସଭାରେ ଆଲୋଚନା ହୋଇଥିଲା। ବିଦ୍ଯାଳୟର ରଂଜନ ଗୁରୁଜୀ ଓ ଶୋଭା ଗୁରୁମା ମଞ୍ଚ ସଂଯୋଜନା କରିଥିଲା ବେଳେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

