ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତରେ ହକି ଖେଳର ଶତବାର୍ଷିକ ପୂର୍ତିକୁ ଉଦ୍ଦେଶ୍ୟ କରି ନୟାଗଡ଼ ଜିଲ୍ଲାରେ ଏକ ବିଶେଷ ଉତ୍ସବ ଆୟୋଜନ କରାଯାଇଛି। ଏହି ଶୁଭ ଅବସରରେ ରଣପୁର ହକି ଗ୍ରାସ ରୁଟ ସେଣ୍ଟରରେ ପ୍ରାତ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଆକର୍ଷଣ ସମୂହ ରାଲି ସହ ପୁରୁଷ ଓ ମହିଳା ବିଭାଗର ପ୍ରଦର୍ଶନୀ ହକି ମ୍ୟାଚ, ଯାହା ମାଧ୍ୟମରେ ଜିଲ୍ଲାର ଉଦୀୟମାନ ଓ ଅନୁଭବୀ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ, ନୟାଗଡ଼ ଓ ବି.ସି. ହାଇ ସ୍କୁଲ୍, ରଣପୁରର ପ୍ରଧାନ ଶିକ୍ଷକ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ହକି ଖେଳର ଉନ୍ନତି ସମ୍ପର୍କରେ ନିଜର ମତାମତ ରଖିଥିଲେ। ଶେଷରେ, ଜିଲ୍ଲା ପ୍ରଶାସନ, ନୟାଗଡ଼ ତରଫରୁ, ସମସ୍ତ କ୍ରୀଡାପ୍ରେମୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନଙ୍କୁ ଏହି ଐତିହାସିକ ଅବସରରେ ଉପସ୍ଥିତ ହୋଇ ହକି ଖେଳର ଗୌରବ ଉପଭୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

