ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କ ଦ୍ଵାଦଶାହା ସ୍ମୃତିଚାରଣ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ୍ଲ ସଙ୍ଘର ପୂର୍ବତନ ସଭାପତି ତଥା ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଦ୍ୱଦଶାହ ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ ହୋଟେଲ ଠାରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି। ସ୍ମୃତି ସଭାରେ ସ୍ବର୍ଗତ ପଣ୍ଡାଙ୍କ ଘନିଷ୍ଠ ସହପାଠୀ ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବ୍ରଜକିଶୋର ପ୍ରଧାନ, କୈଳାସ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାପାତ୍ର, ସ୍ବର୍ଗତ ପଣ୍ଡାଙ୍କ ସମୁଦୀ ନାରାୟଣ ମହାପାତ୍ର ପ୍ରମୁଖ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରିଵା ସହ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ  ଶ୍ରୀ ସ୍ୱାଇଁ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ତାଙ୍କର ସହପାଠୀ ଭାବେ ଅତୀତର ସ୍ମୃତିକୁ ରୋମନ୍ଥନ କରିଥିଲେ। ସ୍ବର୍ଗତ ପଣ୍ଡାଙ୍କ ପୁତ୍ର ସଂକେତ ପଣ୍ଡା ଏବଂ ସମ୍ପର୍କୀୟ ତଥା ଉଦ୍ୟାନ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା ମଧ୍ୟ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମ ବହୁ ଆଇନଜୀବୀ, ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜିଲ୍ଲା ଓକିଲ ସଂଘର ସମ୍ପାଦକ ସ୍ବଦେଶ ମିଶ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ ପରେ ସ୍ମୃତି ସଭା ସାଙ୍ଗ ହୋଇଥିଲା।

Related posts