ହିନ୍ଦୀ: ରାଷ୍ଟ୍ରୀୟ ଏକତାର ଭାଷା

ନୟାଗଡ଼, (ନୟାଗଡ଼ ଦର୍ପଣ): କେବଳ ଭାରତର ଏକ ପ୍ରମୁଖ ଭାଷା ଭାବେ ନୁହେଁ  ଭାରତୀୟ  ସାଂସ୍କୃତିକ  ଏକତା ଦିଗରେ ମଧ୍ୟ ହିନ୍ଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି। ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ହିନ୍ଦୀ ଥିଲା ପ୍ରମୁଖ ମାଧ୍ୟମ। ଆଜି କେବଳ ଭାରତ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ହିନ୍ଦୀ ଭାଷା ବେଶ୍ ପ୍ରଭାବଶାଳୀ ହୋଇପାରିଛି। ଅତଏବ ହିନ୍ଦୀ ଦିବସ ପାଳନ କେବଳ ଏକ ଔପଚାରିକ ଉତ୍ସବ ନୁହେଁ ବଂର ଏକ ଜାଗୃତି ଅଭିଯାନ ଯହା ଆମକୁ ଆମର ରାଜଭାଷା ପ୍ରତି ଭଲପାଇବା ଏବଂ ସମ୍ମାନ ପ୍ରଦାନ କରିବାକୁ ଉତ୍ସାହିତ କରେ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ହିନ୍ଦୀ ପକ୍ଷ ପାଳନ  ଅବସରରେ ଅତିଥି ତଥା ହିନ୍ଦୀ ଭାଷା ସାହିତ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀମାନେ ଏହି ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅନୁବାଦକ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଅନୁବାଦ ସାହିତ୍ୟ ର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଂଗଠନର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ଏଥିରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସାମର ବିଶିଷ୍ଟ ସାହିତ୍ୟିକା ଡ.ବର୍ଣ୍ଣାଳୀ ଡେକା, ମୁଖ୍ୟ ବକ୍ତା ମହାରାଷ୍ଟ୍ରର ଯୁବ ସାହିତ୍ୟିକ ଡ.ଅକ୍ଷୟ ଭୋସଁଲେ ଏବଂ ସମ୍ମାନନୀୟ ଅତିଥି ଭାବେ ହିନ୍ଦୀ ଭାଷା ସାହିତ୍ୟ ର ଲେଖିକା ଜୟଶ୍ରୀ ଦୋରା ଯୋଗଦେଇ  ହିନ୍ଦୀ ଭାଷା ସାହିତ୍ୟର ବିଭିନ୍ନ ଦିଗ  ଉପରେ ସାରଗର୍ଭକ ଆଲୋଚନା କରିଥିଲେ।  ମାଗନମ୍ ଜାହାଁ ଓ ହରିପ୍ରିୟା ଭଞ୍ଜ ଙ୍କ ସଂଯୋଜନା ରେ ଲକ୍ଷ୍ମୀଝର ମହାପାତ୍ର, ଶୁଭାଶିଷ ସାହୁ, ରୀନାରାଣୀ ସାହୁ,ଝୁନାରାଣୀ ସାହୁ,ଚାନ୍ଦିନୀ କର, ଗୋରାଚାନ୍ଦ ଦ୍ୱାରୀ, ସସ୍ମିତା ବରାଳ, ରଂଜିତା ସାହୁ, ସୁମିତ୍ରା ବାରିକ, ଗୁଲମାର୍ଗ ତମ୍ବୋଲି  ପ୍ରମୁଖ ହିନ୍ଦୀ ଭାଷାର ଶିକ୍ଷକ ଓ ଶିକ୍ଷୟିତ୍ରୀ ହିନ୍ଦୀ କାବ୍ୟପାଠ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ର ବରିଷ୍ଠ ସଦସ୍ୟ ତଥା ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାର ସାହିତ୍ୟିକ ସନାତନ ମହାକୁଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts