ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ୍ ଅନ୍ତର୍ଗତ ବାଲୁଗାଁ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପିଲାମାନେ ହିନ୍ଦୀ ଶିକ୍ଷକ ଶୁଭାଶିଷ ସାହୁଙ୍କ ନିର୍ଦ୍ଦେଶନାରେ ଭାରତର ପ୍ରଥମ ମହିଳା ଡାକ୍ଟର ଆନନ୍ଦୀବେନ ଯୋଶୀଙ୍କ ଜୀବନୀ ଅଧାରିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ସେହିପରି ହିନ୍ଦୀ ଭାଷା ସମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରାଯାଇ ଛାତ୍ର-ଛାତ୍ରୀ ମାନକୁ ପୁରଷ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଷ୍କର ସାହୁ (CRCC) ହିନ୍ଦୀ ଭାଷା ଭାରତର ଏକତାର ମୁଳ ମନ୍ତ୍ର ରୁପେ ଅଭିହିତ କରିଥିଲେ ଏବଂ ହିନ୍ଦୀ ଶିକ୍ଷକ ଶୁଭାଶିଷ ସାହୁ ହିନ୍ଦୀ ଭାଷାର ଗୌରବମୟ ଇତିହାସକୁ ମନେପକେଇବା ସହିତ ହିନ୍ଦୀ ଭାଷାର ବିକାଶ ଏବଂ ହିନ୍ଦୀ ଭାଷାକୁ ଜନମାନସର ଭାଷା ରୁପେ ବର୍ଣ୍ଣନା କରିଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତମିଶ୍ରା ସେଠୀଙ୍କ ପୌରୋହିତ୍ୟରେ ବିଜୟୀ ଛାତ୍ର-ଛାତ୍ରୀ ମାନକୁ ପୁରସ୍କୃତ କରାଯାଇଥିଲା। ଉକ୍ତ ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସ୍ମିତାରଣୀ ରାଉତ, ପଦ୍ମନାଭ ବେହେରା, ପଦ୍ମଚରଣ ସାହୁ, ଭବାନୀ ମିଶ୍ର, ଜିତେନ୍ଦ୍ର କୁମାର କଅଁର ଏବଂ ସ୍ବାତୀ ଗୌଣ ପ୍ରମୁଖ ଉପସ୍ଥିତ ଥିଲେ।
