ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଗ୍ରାମର ଗୋଷ୍ଠୀ ସମ୍ବଳର ସୁପରିଚାଳନା, ବିକାଶ ଓ ସୁ-ବିନିଯୋଗର ଏ ପ୍ରଶିକ୍ଷଣ ତଥା କର୍ମଶାଳା ଯାହା ଜଙ୍ଗଲ ଅଧିକାର ନିୟମ-୨୦୦୬ ଉପରେ ପର୍ଯବେଷିତ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ଉପ- ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଅତିରିକ୍ତ ତହସିଲଦାର, ସହକାରୀ ବନ ସରଂକ୍ଷକ, ରେଂଜର, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର, ସମସ୍ତ ମଂଗଳ ସଂପ୍ରସାରଣ ଅଧିକାରୀ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରଶିକ୍ଷକ, ବସୁନ୍ଧରାକ ପ୍ରଶିକ୍ଷକ, ୧୭ଟି ଗ୍ରାମର ଗ୍ରାମ ଅଧିକାର କମିଟିର ସଭାପତି ଓ ସଂପାଦକ ଏବଂ ସମସ୍ତ ତହସିଲିର ଏଫଆର ସେଲ୍ ସଂଯୋଜକ ସହ ଏହି ଯୋଜନା ସହ ଯୋଡି ହୋଇଥିବା ଜିଲ୍ଲାର ସଂଯୁକ୍ତ ଅଧିକାରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକୀରୀ ଚିତରଞ୍ଜନ ବେହେରା ପରିଚାଳନା କରିଥିଲେ।
ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ
