ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୱାନ ଷ୍ଟପ କେନ୍ଦ୍ର ଉଦଘାଟିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ନିକଟରେ ନୂତନ ୱାନ ଷ୍ଟପ କେନ୍ଦ୍ର (ସଖି)ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଏସ.ଡ଼ି.ପି.ଓ, ଏ.ଡି.ଏମ, ଡ଼ି.ଏସ.ଡବ୍ଲ୍ୟୁ.ଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଶାସନ, ପୋଲିସ, ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଓ ଏନ.ଜି.ଓ ମାନଙ୍କ ମିଳିତ ସହଯୋଗରେ ଏହି କେନ୍ଦ୍ର ଦୀର୍ଘ ପାଞ୍ଚ ବର୍ଷ ହେଲା ହସ୍ପିଟାଲରେ ଚାଲୁଥିଲା । ଆଜିଠାରୁ ଏହାର ନିଜସ୍ବ ଗୃହ ଉଦଘାଟନ ହେବା ସହ ସମସ୍ତ ପରାମର୍ଶ ଓ ଅନ୍ୟାନ୍ୟ ସେବା ଗୁଡିକ ସୁବିଧାରେ ଚାଲିପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପରିଶେଷରେ ସମ୍ପାଦିକା (ଓ.ଏସ.ସି ) ଧନ୍ୟବାଦ ଅର୍ପଣ କରିଥିଲେ।

Related posts