ନୟାଗଡ଼, (ନୟାଗଡ଼ ଦର୍ପଣ): ଆଞ୍ଚଳିକ ପରିବହନ ବିଭାଗ ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଆଜି ନବଘନପୁର ସ୍ଥିତ ଫିଟନେସ ସେଣ୍ଟର ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେ ବିଭିନ୍ନ ଫଳ ପ୍ରଦାନକାରୀ ଗଛ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ନୟାଗଡ଼ର ଚେୟାରମ୍ୟାନ ସହିତ ସଦସ୍ୟମାନେ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ନବଘନପୁର ନିକଟରେ ସିଭିଲ ସୋସାଇଟି ପକ୍ଷରୁ ବୃକ୍ଷରୋପଣ
