ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ରାଜ୍ୟ ମହିଳା କମିଶନରଙ୍କ ଦ୍ୱାରା ଆୟୋଜିତ ଶିବିର ରେଜିଷ୍ଟ୍ରାର ସୁଶିଲ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିବେକାନନ୍ଦ ସାହୁ Convenor Secretary, ବନ୍ଦନା ମହାନ୍ତି ଏବଂ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଦୁଇ ମହିଳା କାଉନସିଲର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡା, ପ୍ରୋଗ୍ରାମ ଅଫିସର ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ଆୟୋଗର ୩୨ଗୋଟି କେସ୍ର ମାମଲା ଶୁଣାଣୀ ପାଇଁ ଦାଖଲ କରାଯାଇଥିଲା । ସେଥି ମଧ୍ୟରୁ ୧୮ଗୋଟିର ମାମଲା ଶୁଣାଣୀ କରାଯାଇଥିବା ବେଳେ ତନ୍ମଧ୍ୟରୁ ୨ଟି ମାମଲା ଆପୋଷ ସମାଧାନ ହୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ୫ଟି ମାମଲା, ସୁରକ୍ଷା ଅଧିକାରୀଙ୍କୁ ୭ଟି ମାମଲା, ପୁନର୍ବାର ଶୁଣାଣୀ ପାଇଁ ୩ଟି ମାମଲା ଏବଂ ଅନ୍ୟ ବିଭାଗକୁ ୧ଟି ମାମଲା ତଦନ୍ତ କରି ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। କମିଶନ ଦ୍ୱାରା ସମନ ପାଇଥିବା ୨୧ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିଲେ । ଶରଣକୁଳ, ଗଣିଆ, ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼ ଓ ବୌଦ୍ଧରୁ ଏହି ମହିଳାମାନେ ଆସିଥିବାର ଜଣାପଡ଼ିଛି।
ଜିଲ୍ଲା ପ୍ରଶାସନ ତରଫରୁ ଡି.ଏସ.ପି. ନୟାଗଡ଼, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପା ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ସୁରକ୍ଷା ଅଧିକାରୀ, ଅରବିନ୍ଦ ପଟ୍ଟନାୟକ ଲିଗାଲ ଆସିଷ୍ଟାଣ୍ଡ୍, ଦିବାକର ବିଶ୍ୱାଳ ଷ୍ଟେନୋ, ଚିତରଂଜନ ସାହୁ ଡିଲିଙ୍ଗ୍ ଆସିଷ୍ଟାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
