ନୟାଗଡ଼, (ନୟାଗଡ଼ ଦର୍ପଣ): ବୁଧବାର ଖଣ୍ଡପଡା ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଗୋଳାପୋଖରୀ, ମଣିକର୍ନିକା, ସାହସପୁର, କୁମ୍ଭାର ସାହି ଆଦି ସ୍ଥାନରେ ଗରିବ ଓ ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମରେ ସେବା ସଦସ୍ୟ ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ, ସିଲୁ ବରାଡ, ଅନୁସୂୟା ପ୍ରଧାନ, ଅଭିଲିପସା, ଆଦିତ୍ୟ ପାଲ୍, କାଳନ୍ଦୀ ଚରଣ, ଶୁଭସ୍ମିତା ମିଶ୍ର, ଓମ୍, ସତ୍ୟ ପ୍ରକାଶ, ଶିକନ କୁମାର ଜେନା ପ୍ରମୁଖ ସାମିଲ୍ ହୋଇଥିଲେ। ପ୍ରାୟ ଦେଢ଼ ଶହ ଜଣ ଅସହାୟଙ୍କୁ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ମଙ୍ଗଳ କାମନା କରାଯାଇଥିଲା। ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଥିବା ସମ୍ପର୍କରେ ଅଧ୍ୟକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଜୁଲାଇ ୩୦ତାରିଖ ଯାଏଁ ଏହି ସେବା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
