ଡାକ୍ତରଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଗିରଫ କରାଯାଉ: ଜିଲ୍ଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ଅପ୍ରତ୍ୟାଶ୍ରିତ ଘଟଣାକ୍ରମରେ ଦାୟିତ୍ୱରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅବହେଳା ଜନିତ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଆସନ୍ନ ପ୍ରସବା ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ଅକାଳ ମୃତ୍ୟୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଥିବା ପ୍ରମାଣ ହୋଇଛି। ସମ୍ପୃକ୍ତ ଡାକ୍ତରଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଛି ଯାହାକି ଭାରତୀୟ ନ୍ୟାୟ ସଂହିତା ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ରୁଜ୍ଜୁ କରାଯାଇ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା କଂଗ୍ରେସ ସଂଯୋଜକ ସତ୍ୟବ୍ରତ ନାୟକ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ପ୍ରମୁଖ ମିଳିତ ପ୍ରେସ ବିବୃତିରେ କହିଛନ୍ତି। ମୃତ ମହିଳା ବାଲୁଗାଁ ଅଞ୍ଚଳ ପ୍ରମୁଖ ବିଜେପି ନେତାଙ୍କ ଧର୍ମପତ୍ନୀ। ଏହାକୁ ବଡ଼ ଦୁଃଖଦ ଖବର କୁହାଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଦଳ ପକ୍ଷରୁ ସମବେଦନା ଜଣାଇ ଦିଆଯାଇଛି।

Related posts