ମଇ ୩୦ରେ ଭଞ୍ଜପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ) ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଭଞ୍ଜଜୟନ୍ତୀ ଉତ୍ସବରେ ସାହିତ୍ୟିକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବିଶିଷ୍ଟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ମୁଖ୍ୟଵକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି ମାଳିସାହିର ଗୌରବ ଡ.ପ୍ରେମାନନ୍ଦ ମହାପାତ୍ର, ପ୍ରଖ୍ୟାତ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଓ ବିଶିଷ୍ଟ ସମାଜସେବୀ ତଥା ସାରସ୍ବତ ସଂଗଠକ ପ୍ରମୋଦ ପଟ୍ଟନାୟକଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି। ଏହି ଉତ୍ସବରେ ଯୋଗଦେବାପାଇଁ କମିଟିର ସଂପାଦକ ବିଶ୍ଵନାଥ ମହାପାତ୍ର ସାହିତ୍ୟପ୍ରେମୀ ମାନଙ୍କୁ ଅନୁରୋଧ ଜଣାଇଛନ୍ତି।

Related posts