ଘଟଣାର ଦିନକ ପରେ ବି ଏତଲା ଦେଉନାହାଁନ୍ତି କଲେଜ କର୍ତୃପକ୍ଷ, ଆସୁଛନ୍ତି ଏଆଇସିସି ସମ୍ପାଦିକା ରୋଜଲିନା ତିର୍କୀ

ମୃତ ଶିଶୁ ପ୍ରସବ କରିଥିବା ନୟାଗଡ କଲେଜ ପୀଡିତା ଛାତ୍ରୀଙ୍କୁ ମେଡିକାଲରେ ଭେଟିଲେ କଂଗ୍ରେସ ଟିମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ମାଳତୀ ଚୌଧୁରୀ ଛାତ୍ରୀ ନିବାସ ରେ ରହି ଯୁକ୍ତ ତିନି ଶ୍ରେଣୀ ର ଆଦିବାସୀ ଛାତ୍ରୀ ଙ୍କ ମୃତ ଶିଶୁ ପ୍ରସବ ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗମ୍ଭୀରତlର ସହ ନେଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଙ୍କ ଠାରୁ ଏହି ସ୍ପର୍ଶକାତର ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ପୂର୍ବତନ ସାଂସଦ ନକୁଳ ନାଏକ,ପିସିସି ମୁଖପାତ୍ର ସୋନାଲି ସାହୁ, ଖୋର୍ଦ୍ଧା ଡିସିସି ସଭାପତି ରାଜୀବ ପଟନାୟକ ଏବଂ ନୟାଗଡ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ପ୍ରମୁଖ ଙ୍କୁ ସାମିଲ କରାଇ ନୟାଗଡ ମେଡିକାଲରେ ପୀଡିତା ଛାତ୍ରୀଙ୍କୁ ଭେଟିବା ପାଇଁ ଏହି ତଥ୍ୟ ଅନୁସନ୍ଧାନ କାରୀ ଦଳକୁ ନିର୍ଦ୍ଦେଶ ଦେଇଥିଲେ l କଂଗ୍ରେସ ପ୍ରତିନିଧି ଦଳ ଗତକାଲି ସନ୍ଧ୍ୟାରେ ନୟାଗଡ ମେଡିକାଲ ସ୍ତ୍ରୀ ପ୍ରସୂତି ବିଭାଗରେ ମୃତ ଶିଶୁ ପ୍ରସବ କରିଥିବା ପୀଡିତା ଆଦିବାସୀ ଛାତ୍ରୀ ଙ୍କୁ ଭେଟିଥିଲେ l

ଏହି ଅଘଟଣ ଘଟିବାର ଦୁଇଦିନ ବିତିଯିବା ପରେ ମଧ୍ୟ ଏହି ଯୌନବ୍ୟଭିଚାର ତଦନ୍ତ ପାଇଁ କଲେଜ କର୍ତୃପକ୍ଷ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ଘଟଣା କୁ ସନ୍ଦେହଜନକ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l କଂଗ୍ରେସ ପ୍ରତିନିଧି ଦଳ ଅତିରିକ୍ତ ଏସପି ଙ୍କୁ ଟାଉନ ଥାନାରେ ସାକ୍ଷାତ କରି ଏହି ଯୌନବ୍ୟଭିଚାର ଘଟଣା ର ନରପେକ୍ଷ ତଦନ୍ତ କରି ଛାତ୍ରୀ କେମିତି ଗର୍ଭବତୀ ହେଲା, ଏଥିରେ କେଉଁମାନେ ସମ୍ପୃକ୍ତ, ହଷ୍ଟେଲ ଭିତରକୁ କେଉଁ ପୁରୁଷ ବ୍ୟକ୍ତିବିଶେଷ ଯିବାଆସିବା କରୁଛନ୍ତି ତାହାର ସିସିଟିଭି ଯାଞ୍ଚ କରିବା,ହଷ୍ଟେଲ ଅଧିକ୍ଷକ କେମିତି ପାଞ୍ଚମାସ ହେଲା ଜଣେ ଛାତ୍ରୀ ଗର୍ଭବତୀ ହେଲା ତାହା ଜାଣିପାରିଲେନି ଏହାର ସତ୍ୟାସତ୍ୟ ଲୋକଲୋଚନ ଆଣିବା ସହ ପୀଡିତାଙ୍କୁ କୋର୍ଟ ରେ ହାଜର କରାଯାଇ ତାଙ୍କର ୧୬୪ ଧାରାରେ ବୟାନ ଲିପିବଦ୍ଧ କରାଇବା ପାଇଁ କଂଗ୍ରେସ ତଥ୍ୟ ଅନୁସନ୍ଧାନ କାରି ଦଳ ଦାବୀ କରିଛନ୍ତି l

ସମ୍ପ୍ରତ୍ତି ରାଜ୍ୟରେ ଆଦିବାସୀ ଛାତ୍ରୀ ଓ ନାବାଳିକାଙ୍କ ସହିତ ପାଶବିକ ଅତ୍ୟାଚାର , ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଢିବା ସହିତ ଛାତ୍ରୀମାନେ ଗର୍ଭବତୀ ହେବା ଚିନ୍ତାର ବିଷୟ ପାଲଟିଥିବାବେଳେ ଆଜି ନୟାଗଡ଼ ଜିଲ୍ଲାରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ସାରା ଓଡିଶା ରାଜ୍ୟକୁ ସ୍ତବ୍ଧ କରିଛି l ପୁଣି ଏଆଇସିସି ସମ୍ପାଦିକା ରୋଜଲିନା ତିର୍କୀ ନୟାଗଡ ଆସୁଥିବା ସୂଚନା ମିଳିଛି l ନୟାଗଡ କଲେଜ ରେ ମଧ୍ୟ ଅନୁରୂପ ଛାତ୍ରୀ ଦୁଷ୍କର୍ମ ମାମଲା ଅତୀତରେ ଦେଖାଦେଇଥିଲା lଏହି ପ୍ରତିନିଧି ଦଳରେ ବରିଷ୍ଟ କଂଗ୍ରେସ ନେତା ଲଷ୍ମୀଧର ତ୍ରିପାଠୀ,କମଳ ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ସନ୍ତ, ଛାତ୍ର କଂଗ୍ରେସ ନେତା ଦିଲ୍ଲୀପ କୁମାର ବିଶୋଇ, ଶୋଷିଆଲ ମେଡ଼ିଆ କାର୍ଯ୍ୟକର୍ତା ସୁରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Related posts