ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସର୍ବ ପୁରାତନ ପ୍ଲେ ସ୍କୁଲ ବଚପନ୍ ଓ ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “ମେମୋରିଆ ୨୪-୨୫” ଦୁଇଦିନ ବ୍ୟାପୀ ମହା ଆଡ଼ମ୍ବରରେ ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ବିଜୟ କୁମାର ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ଶିଶୁର ସର୍ବାଙ୍ଗୀନ ଉନ୍ନତି ହିଁ ପ୍ରକୃତ ଶିକ୍ଷା ବୋଲି ଅତିଥି ମାନଙ୍କ ଆହ୍ବାନ ଥିଲା ।

ଦ୍ଵିତୀୟ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗର ମୁଖ୍ୟ ତଥା ସ୍ଵର୍ଣ୍ଣ ପଦକ ପ୍ରାପ୍ତ ପ୍ରଫେସର ପ୍ରମୋଦ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଏବଂ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଶିଶୁର ରୁଚି ଅନୁଯାୟୀ ତାର ଭବିଷ୍ୟତ ଗଢ଼ିବା ଦରକାର ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ।

ପ୍ରଥମ ଦିବସ ପୂର୍ବ ପ୍ରାଥମିକ (ପ୍ଲେ ଗ୍ରୁପ, ନର୍ସରୀ, ଏଲ.କେ.ଜି ଓ ୟୁ.କେ.ଜି) ଶ୍ରେଣୀର ଶିଶୁମାନଙ୍କ ଦ୍ଵାରା ସୁନ୍ଦର ସୁନ୍ଦର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଦ୍ଵିତୀୟ ଦିବସରେ ପ୍ରାଥମିକ (ପ୍ରଥମ ଠାରୁ ଷଷ୍ଠ) ଶ୍ରେଣୀ ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ମଧୁମିତା ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ସମାଜ ତଥା ଅଭିଭାବକଙ୍କୁ ବାର୍ତ୍ତା ଦେବା ପାଇଁ ଦୁଇଟି ନାଟକ “ଜିତ୍ ଓର ହାର୍ ଏକ ସଫର୍” ଏବଂ ” ସୁଭଦ୍ରା” ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।

ଉଭୟ ଦିବସରେ ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ଅବିନାଶ ସାହୁ ମଞ୍ଚାସିନ ଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜିକା କଳ୍ପନା ଭଦ୍ରଙ୍କ ସୂଚନା କ୍ରମେ ବର୍ଷର ସମସ୍ତ ପ୍ରତିଯୋଗୀତାରେ ଉଭୟ ଦିବସରେ ପ୍ରାୟ ୩୦୦ଜଣ ଛାତ୍ରଛାତ୍ରୀଙ୍କୁ ୫୫୦ରୁ ଅଧିକ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନର ପ୍ରିନ୍ସିପାଲ୍ ଆଲୋକ କୁମାର କରଙ୍କ ତତ୍ତ୍ଵାବଧନରେ ଅନୁଷ୍ଠାନ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସମସ୍ତ ସହଯୋଗୀଙ୍କ ସହଯୋଗ ଏବଂ ସମସ୍ତ ଅଭିଭାବକମାନଙ୍କ ସହଯୋଗରେ ଦୁଇ ଦିନ ବ୍ୟାପୀ ଉତ୍ସବ ସଫଳ ଭାବେ ପାଳିତ ହୋଇଯାଇଛି। ପରିଶେଷରେ ମଧୁମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
