ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମିହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷାକର୍ମୀ ଏବଂ ବହୁ ପୁରାତନ ଛାତ୍ର ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲେ. ଗୋଲୋକ ବିହାରୀ ନାୟକ, ଲେ. ବିନ୍ଦୁଲତା ଷଣ୍ଢ, ଲେ. କମଳ କୁମାର ବର୍ମା। ଉଲ୍ଲେଖଯୋଗ୍ୟ ଯେ ସମର ଶିକ୍ଷାର୍ଥୀ ବାହନୀର ନୌବାହିନୀ ବର୍ଗ ଜିଲ୍ଳାସ୍ତରୀୟ ପରେଡ୍ ରେ ଅଂଶ ଗ୍ରହଣକରି ‘ବେଷ୍ଟ୍ କଣ୍ଟିଜେଣ୍ଟ’ ପୁରସ୍କାର ପ୍ରାପ୍ତହୋଇ ମହାବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଅଧ୍ୟକ୍ଷ ଡ. ପଟ୍ଟନାୟକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Related posts
-
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ... -
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ...