ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସର ଐତିହାସିକ ପରମ୍ପରାକୁ ସ୍ମରଣ କରି ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଆବାସିକ) ନୟାଗଡ଼ ଅନୁଷ୍ଠାନର ପରିସର ମଧ୍ୟରେ ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟ ର ସମ୍ପାଦିକା ମିସ୍ ତନୁଜା ମିଶ୍ର “ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପରିଡ଼ା, ନିର୍ଦ୍ଦେଶକ ଦେବାଶିଷ ମିଶ୍ର, ଅଧ୍ୟାପକ ଗଣ ଯଥା ମନୋଜ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିପିନ ପ୍ରଧାନ, ଦେବାଶିଷ ମିଶ୍ର, କେଦାର ଚନ୍ଦ୍ର ନାୟକ, ଦିଲ୍ଲୀପ କୁମାର ଵରାଡ, ସହକର୍ମ ଚାରି ଗ୍ୟାନରନ୍ଜନ ମହାପାତ୍ର, ରବିନ୍ଦ୍ର ସାଥୁଆ, ରବିନ୍ଦ୍ର ସେଠୀ,ସତ୍ୟଭାମା ପୃଷ୍ଟି, ସୁଭାଶିଷ ମହାନ୍ତି, ଏବଂ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ସୈ!ମ୍ୟରଞ୍ଜନ ପରିଡ଼ା ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକମାନେ ବକ୍ତବ୍ୟ ମାଧ୍ୟମରେ ମହାପୁରୁଷ ମାନଙ୍କର ଗୁଣଗାନ କରିଥିଲେ। ଭାରତମାତାର ଜୟ ସ୍ଲୋଗାନରେ ଅନୁଷ୍ଠାନର ଉତ୍ସବ ମୁଖରିତ ହୋଇ ଉଠିଥିଲା।
Related posts
-
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ... -
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ...