ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ନବମବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚର ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କିତ ଆଲୋଚନାରେ ପରିବାରର ବରିଷ୍ଠମାନେ ଅଲୋଡ଼ା ଅଦରକାରୀ କିମ୍ବା ଅନ୍ୟ ଉପରେ ବୋଝ ନୁହନ୍ତି ବରଂ ସେମାନଙ୍କ ଅନୁଭୁତି, ଅଭିଜ୍ଞତା ଉତ୍ତରପିଢ଼ି ପାଇଁ ପ୍ରେରଣା ଦାୟକ ବୋଲି ମତ ରଖିଥିଲେ। ନିଃସଙ୍ଗ, ଅସହାୟଙ୍କ ସେବାଯତ୍ନ ଦେବା ସେମାନଙ୍କ ଘରକୁ ଯାଇ ଆଳାପ ଆଲୋଚନା କରି ସମୟ କଟାଇବା, ଡାକ୍ତରୀ ଚିକିତ୍ସା ଉପଲବ୍ଧ କରାଇବା, ଆମୋଦ ପ୍ରମୋଦ ପାଇଁ ବିଭିର୍ନ ସ୍ଥାନ, ବୁଲାଇନେବା ଏବଂ ସର୍ବୋପରି ଜିଲ୍ଲା ବରିଷ୍ଠ ନାଗରିକମଞ୍ଚ, ଦୁସ୍ଥ, ଅସହାୟ,ବରିଷ୍ଠ ଙ୍କର ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି, ଏକ ସମର୍ପିତ ସ୍ୱରରେ ଉପସ୍ଥିତ ସମସ୍ତ ସଭ୍ୟ ପ୍ରକାଶ କରିଥିଲେ। ବାଉଁଶିଆପଡା ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଆଦର୍ଶ ଶିକ୍ଷକ ରଘୁନାଥ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ବୈକୁଣ୍ଠ ନାଥ ଦାସ, ନିତ୍ୟାନନ୍ଦ ରାଉତରାୟ ତ୍ରିନାଥ ନାୟକ ଏବଂ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ବରିଷ୍ଠ ନାଗରିକମାନେ ଦୟାର ପାତ୍ର ନୁହନ୍ତି, ବୋଲି ମତବ୍ୟକ୍ତ କରିବା ସଂଗେସଂଗେ ଜିଲ୍ଲା ମଞ୍ଚର ସ୍ୱତନ୍ତ୍ର ଅଧିବେଶନ ମାର୍ଚ୍ଚ ମାସରେ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରିଶେଷରେ ଆବାହକ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର... -
ରେଳ ପ୍ଲାଟଫର୍ମରେ ଗଭୀର ଗର୍ତ୍ତ, ବିଭାଗ ନିରବଦ୍ରଷ୍ଟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ରେଳ ପ୍ଲାଟଫର୍ମର ପୂର୍ବ ପାର୍ଶ୍ଵରେ ମାଟି ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଫଳରେ...