ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବାଉତ୍ସବ ସମିତି ପକ୍ଷରୁ ପୁରୁଣା ସହର ଠାରେ ଆୟୋଜିତ ଯୁବ ଉତ୍ସବ କାର୍ଯ୍ୟକ୍ରମ ରବିବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି l ରବିବାର ନୟାଗଡ଼ ପୁରୁଣା ସହର ସ୍ଥିତ ଯଦୁମଣି ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ପରେ ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗୀତରେ ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ, ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ବ୍ରହ୍ମପୁର କଳା ପରିଷଦ, ଢେଙ୍କାନାଳ ପାଇକ ଆଖଡ଼ା ଓ ଗନ୍ଧର୍ବ କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା। ଓଡିଶୀ ଓ ଦେଶପ୍ରେମ ସଂଗୀତରେ ଦର୍ଶକ ମାନେ ଶୀତୁଆ ସନ୍ଧ୍ୟାକୁ ଭରପୁର ଉପଭୋଗ କରିଥିଲେ। ଶେଷରେ ସମସ୍ତ କଳାକାର ମାନଙ୍କୁ ବାଚସ୍ପତି ସୁରମା ପାଢ଼ି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଭୟ କୁମାର ଜେନା ସଂଯୋଜନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦେବଦୂତ ସେବା ସଂଗଠନର କର୍ମକର୍ତାଙ୍କ ସମେତ ସେବା ସମିତିର କର୍ମକର୍ତା ପ୍ରଶାନ୍ତ ସାହୁ, ପରମେଶ୍ୱର ସାହୁ, ଅଶୋକ କୁମାର ଭଟ, ଶୁଭାଶିଷ ବେହେରା, ଅମିତ କୁମାର ସାହୁ, ଉମାକାନ୍ତ ମହାପାତ୍ର, ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ସୋମ୍ୟା ସ୍ୱୟଂ ପ୍ରଭା ପ୍ରମୁଖ ପରିଚାଳନା କରିଥିଲେ।
Related posts
-
ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୧୩ ଜାନୁଆରୀ ୧୮୪୩ରେ ବାଲେଶ୍ୱର ଜିଲ୍ଲା ମଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଫକୀର ମୋହନ ସେନାପତି ଓଡ଼ିଆ... -
ନୀଳମାଧବଙ୍କ କ୍ଷେତ୍ରରେ ଅନନ୍ୟ ଧନୁମୁଁଆ
କଣ୍ଟିଲୋ, (ନୟାଗଡ଼ ଦର୍ପଣ): କଣ୍ଟିଲୋ ନୀଳମାଧବଙ୍କ କ୍ଷେତ୍ରରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ ସେଥିମଧ୍ୟରୁ ଧନୁସଂକ୍ରାନ୍ତି ଏବଂ ମକର ସଂକ୍ରାନ୍ତି... -
ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ବିଶାଳ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା...