କଣ୍ଟିଲୋ, (ନୟାଗଡ଼ ଦର୍ପଣ): କଣ୍ଟିଲୋ ନୀଳମାଧବଙ୍କ କ୍ଷେତ୍ରରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ ସେଥିମଧ୍ୟରୁ ଧନୁସଂକ୍ରାନ୍ତି ଏବଂ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ। କଣ୍ଟିଲୋ ପ୍ରସିଦ୍ଧ ଧନୁମୁଁଆ ପ୍ରାୟ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ। ପ୍ରଭୂ ଶ୍ରୀ ନୀଳମାଧବଙ୍କୁ ଧନୁ ସଂକ୍ରାନ୍ତିରେ ଏହି ମୁଁଆ ମଧୁବଶ୍ୟ ସମାଜର ଗୁଡ଼ିଆ ଭାଇମାନଙ୍କର କୁଳ ବେଉଷା ଅଟେ। ଶୁଦ୍ଧପୂତ ରୂପେ ଧାନ ବମ୍ଫାଇ, ଲିଆଭାଜି, ସେହି ଲିଆକୁ ବଚ୍ଛାବଚ୍ଛି ଟଙ୍ଗା ସାହାଯ୍ୟରେ କରାଯାଇଥାଏ ଯେପରି ଲିଆରେ ଖଇ ରହିବ ନାହିଁ ତତ୍ପରେ ସେହି ଲିଆକୁ ଗୁଡ଼ପାଗ କରି ମୁଁଆ ତିଆରି କରାଯାଏ। ସେହି ଲିଆପାଗ ସମୟରେ ନଡ଼ିଆ ପାତି, ଜୁଆଣି, ଗୋଲମରିଚ, ବାଦାମ ମଞ୍ଜି ବିଭିନ୍ନ ପ୍ରକାରର ମସଲା ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ଏବଂ ସର୍ବଶେଷରେ ଚିନି ଶିରା ପାଗ କରି ଢଳାଜାଇଥାଏ ଯଦ୍ବାରା ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକ ଏହି ମୁଁଆ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସାରି କଣ୍ଟିଲୋ ବଜାରରୁ କିଣି ନେଇଥାନ୍ତି। ଛୋଟ ଛୋଟ ମୁଁଆ ୧୯୭୭ ମସିହାରେ କଣ୍ଟିଲୋ ସାହି ସାହିରେ ଝୁମୁକା ବଜାଇ ଗୁଡ଼ିଆ ମାନେ ୧୦ପଇସାରେ ବିକ୍ରି ହେଉଥିବା ଇତିହାସ ସୃଷ୍ଟି କରିଛି। ଆଧୁନିକ ଯୁଗରେ କେହି ଏହି ଗୁଡ଼ିଆ କୁଳ ବେଉସାକୁ ପୂଜା ପାର୍ବଣ ସମୟରେ ଗାଁ ଦାଣ୍ଡରେ ଆଉ ଝୁମୁକା ଶବ୍ଦ ଶୁଣିବାକୁ ମିଳୁନି। ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଚିନି ମୁଁଆ ଆଜିକାଲି ପ୍ରତ୍ୟେକ ବଜାର ଘାଟରେ ଉପଲବ୍ଧ ହେଉଥିଲେ ମଧ୍ୟ ଧନୁମୁଁଆ କଣ୍ଟିଲୋ ବ୍ୟତୀତ ଅନ୍ୟ ଅଞ୍ଚଳରେ ବିରଳ। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମୁଁଆର ଆସର ଜମୁଥିଲେ ମଧ୍ୟ କଣ୍ଟିଲୋରେ ମାଘମେଳା ପର୍ଯ୍ୟନ୍ତ ଏହି ମୁଁଆ ବିକ୍ରି ହୋଇଥାଏ।
Related posts
-
ପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଶରଣକୁଳ ଥାନାରେ ଏକ ଲିଖିତ ଏତଲା ଅନିଲ... -
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଏ ପରିପ୍ରେକ୍ଷୀରେ... -
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚୋରା ବାଲି ହାଇୱା ଧରପଗଡ଼ ପ୍ରସଙ୍ଗ
ନୟାଗଡ଼(ନୟାଗଡ଼ ଦର୍ପଣ): ଖଣ୍ଡପଡା ଭାପୁର ଗଣିଆ ତହସିଲ ଅନ୍ତର୍ଗତ ମହାନଦୀର ସମସ୍ତ ସରକାରୀ ବାଲିଘାଟରୁ ନିଲାମଧାରୀମାନେ ତହସିଲଦାର, ପୋଲିସ ଏବଂ ଖଣି...