ସି.ପି.ଆଇ.(ଏମ୍)ର ବରିଷ୍ଠ ସଭ୍ୟ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର କୃଷକ ଆନ୍ଦୋଳନର ପ୍ରବୀଣ ନେତା ତଥା ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ବରିଷ୍ଠ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ନୟାଗଡ଼ରେ ସାଥୀ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ପୂର୍ବକ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଓଡିଶା ତଥା କୃଷକ ସମାଜ ତା’ର ଜଣେ ଅଦ୍ୱିତୀୟ ଜନନେତାଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ କୁହାଯାଇଛି। ନୟାଗଡ଼ର ଆଖୁଚାଷୀଙ୍କ ଆନ୍ଦୋଳନ, ରଣପୁରର କାଜୁ ଆନ୍ଦୋଳନ, ଭାପୁରର ଜମି ସୁରକ୍ଷା ଆନ୍ଦୋଳନ, ଦଶପଲ୍ଲାର ଆଦିବାସୀ ଆନ୍ଦୋଳନରେ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ନେତାମାନେ ପ୍ରକାଶ କରିଥିଲେ। ପାର୍ଟିର ପୂର୍ବତନ ଲୋକାଲ କମିଟି ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବର୍ତ୍ତମାନର ସଂପାଦକ କୁଳମଣି ପୃଷ୍ଟି,  ଯୁବନେତା ବିଭୁତି ପଟ୍ଟନାୟକ, ସନ୍ତୋଷ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ !

Related posts