ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ, ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ): ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ଆଜି ସକାଳେ ରସୁଲଗଡ଼ରେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି। ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା। ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛାନ୍ତି DCP । ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି।

Related posts