ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ର ଫାଇନାଲ ଅଡିସନ୍ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଓ ଜିଲ୍ଲା ପରିଷଦ ସଦସ୍ଯ ସରୋଜ ରଣସିଂହ ଉପସ୍ଥିତ ଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀକର ପାଢୀ ଓ ଆଲୋକ ଦେବ ଯୋଗଦେଇ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ଯରୁ ୦୩ ଜଣ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ବିଷ୍ଣୁ ପ୍ରିୟା ବେହେରା ଚମ୍ପିୟାନ ତଥା “ଭଏସ୍ ଅଫ୍ ନୟାଗଡ଼” ହୋଇଥିବା ବେଳେ ରୁଦ୍ରାଂଶୀ ଆଚାର୍ଯ୍ୟ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ଓମକାର ମହାପାତ୍ର ।
ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ, ସଂପାଦକ ଶ୍ରୀଧର ସାହୁ, ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ଯକ୍ରମର ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସଦସ୍ୟ ଅରୁଣ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ମିହିର ରଂଜନ ନାୟକ, ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ଲକ୍ଷ୍ମୀନାରାୟଣ ରଥ, ଅବିନାଶ ସାହୁ, ସୁବାସ ଚନ୍ଦ୍ର କଅଁର, ପ୍ରସନ୍ନ କୁମାର ବସନ୍ତିଆ, ପ୍ରଶାନ୍ତ କୁମାର ପଟ୍ଟନାୟକ, ବାସୁଦେବ ସାହୁ ଉପସ୍ଥିତ ହୋଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ଯକ୍ରମକୁ ସଂଯୋଜନା କରିଥିଲେ ଗୋପୀନାଥ ସେଠୀ।ଏହି ଫାଇନାଲ ପ୍ରତିଯୋଗିତାରେ ୧୦ଜଣ ପ୍ରତିଯୋଗୀ ଯୋଗଦେଇଥିଲେ। ପ୍ରତିଯୋଗୀମାନେ ଓଡିଆ ସିନେମା ସଂଗୀତ ଆଦି ଗାଇଥିଲେ। ବାଦ୍ଯୟନ୍ତ୍ରରେ ସହଯୋଗ କରିଥିଲେ ସଂଗୀତ ନିର୍ଦ୍ଦେଶକ ପୀତବାସ ଖଟେଇ, କାର୍ତ୍ତିକ ଚନ୍ଦ୍ର ସାଥୁଆ ଓ କାର୍ତ୍ତିକ ଭଞ୍ଜ। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ର ବହୁ ସଂଗୀତ ପ୍ରେମୀ ମନଭରି ଉପଭୋଗ କରିଥିଲେ।