ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପୌରାହିତ୍ୟ କରି ଛାତ୍ରଛାତ୍ରୀ ମାନଙ୍କୁ ରାଜନୀତି ବିଜ୍ଞାନ ରେ ନିଜର ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡକ୍ଟର ସୁଧୀର କୁମାର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ‘ବ୍ରିକ୍ସ ପ୍ଲସ ଏଵଂ ଗ୍ଲୋବାଲ ସାଉଥ ର ଅନ୍ତର୍ଜାତୀୟ ଶୃଙ୍ଖଳା ଗଠନରେ ଭୂମିକା ‘ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ଜୟରାମ ସିଂ ସାମଲ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବିଭାଗୀୟ ଅଧ୍ୟାପକ ମନୋରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପୁଷ୍ପଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନା ଚକ୍ର ରେ ବିଶେଷ ଆକର୍ଷଣ ଥିଲା ଛାତ୍ରଛାତ୍ରୀ ମାନଙ୍କ ବିଶେଷ ପ୍ରଶ୍ନ ଗୁଡିକୁ ଡକ୍ଟର ପରିଡା ସରଳ ଓ ବିସ୍ତୃତ ଭାବେ ବୁଝାଇଥିଲେ। ସୁଦୂର ନୂଆଦିଲ୍ଲୀ ରୁ ମଡେଲ ଡିଗ୍ରୀ କଲେଜ, ନୟାଗଡ କୁ ଆସିଥିବାରୁ ତାଙ୍କୁ ଅଧ୍ୟାପିକା ବିଜୟିନୀ ସୁଭଦର୍ଶିନୀ, ଦୀପିକାରାଣୀ ତୁରୁକ, ଅଧ୍ୟାପକ ପ୍ରଜ୍ଞାନ୍ସ ରଞ୍ଜନ ସାହୁ ଇତ୍ୟାଦି ବିଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।
Related posts
-
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
“ସ୍ମାଇଲ ନୟାଗଡ଼” ପକ୍ଷରୁ ଉଲ୍ଲାସ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... -
ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ
December 18, 2024 Jajati Comments Off on ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର...