ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା କାଲି ଅର୍ଥାତ ୮ତାରିଖ ଦିନ ନୟାଗଡ଼ ଷ୍ଟାଡିୟମ ଠାରେ ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ଏମ.ଏସ.ପି. ସହିତ ୮୦୦ଟଙ୍କାର ଇନପୁଟ୍ ସହାୟତା ରାଶି ବଣ୍ଟନ ସମ୍ପର୍କରେ ଗତ ୪ତାରିଖରେ ହୋଇଥିବା ପ୍ରସ୍ତୁତି ବୈଠକର ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରରେ ୮ଡିସେମ୍ବରରେ ଶୁଭ ଉଦ୍ଘାଟନର ସିଧା ପ୍ରସାରଣ ଉପସ୍ଥିତ ଚାଷୀମାନଙ୍କ ଉଦ୍ଦେଶ୍ୟରେ କରାଯିବ । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପ୍ରତିପାଦନ କରିବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଡିପିସି ମିଶନଶକ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ନିବନ୍ଧକ ସମବାୟ ସମିତି, ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜୀକା, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଭୃତି ଉପସ୍ଥିତ ଥିଲେ।