ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୦ ତାରିଖରୁ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଓଡ଼ିଶା ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ, ନୟାଗଡ଼ ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ ଏବଂ ଡିସେମ୍ବର ୧, ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କେସି କ୍ଳବ ପରିସରରେ ଅନୁଷ୍ଠିତ ହେବ। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଭୟ ଜୁନିଅର ଏବଂ ସିନିଅର ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ବିଭାଗ ଏବଂ ଦଶମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାମାନେ ସିନିଅର ବିଭାଗରେ ଅଂଶ ଗ୍ରହଣ କରି ପାରିବେ। ଉଭୟ ବିଭାଗରୁ ବିଜୟୀ ପ୍ରଥମ ୫ ଜଣଙ୍କୁ ପୁରସ୍କୃତ କରାଯିବା ସହିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବ । ସ୍ଥାନୀୟ କେସି କ୍ଳବ ପରିସରରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କେସି କ୍ଳବ ସଭାପତି ଭାଗିରଥି ଦାସ, ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ମିଡ଼ିଆ ସଂଯୋଜକ ଲକ୍ଷ୍ମୀଧର ସାହୁ ଏବଂ ଵାଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
“ସ୍ମାଇଲ ନୟାଗଡ଼” ପକ୍ଷରୁ ଉଲ୍ଲାସ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... -
ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ
December 18, 2024 Jajati Comments Off on ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର...