ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ସେମିଫାଇନାଲ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୨୦ଜଣ ପ୍ରତିଯୋଗୀଙ୍କୁ ନେଇ ସେମିଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେମିଫାଇନାଲରୁ ୧୧ଜଣ ପ୍ରତିଯୋଗୀ ଫାଇନାଲକୁ ପ୍ରବେଶ କରିଛନ୍ତି । ୧୧ଜଣ ଫାଇନାଲିଷ୍ଟ ହେଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଦିବ୍ୟାଶା ପ୍ରିୟଦର୍ଶିନୀ ଓ ବିଶ୍ବଜିତ ନାୟକ । ସେମିଫାଇନାଲରେ ବିଚାରକଭାବେ ବିଶିଷ୍ଟ ଭାଓଲିନ୍ ବାଦକ ପୁର୍ଣ୍ଣଚନ୍ଦ୍ର ଶତପଥୀ ଓ କଣ୍ଠଶିଳ୍ପୀ ଅନିତା ରାମ୍ ଯୋଗଦେଇଥିଲେ । ସୁଶାନ୍ତ ପାଇକରାୟ, ପ୍ରଦିପ ବରାଡ ଏବଂ କାଜଲ ଡାକୁଆ ପ୍ରମୂଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଷ୍ଟାର ଅଫ୍ ନୟାଗଡ଼ର ଫାଇନାଲ ୨୫ ଡିସେମ୍ବରରେ ଅନୁଷ୍ଠିତ ହେବ ବୋଲି ଏହାର ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
Related posts
-
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା... -
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
“ସ୍ମାଇଲ ନୟାଗଡ଼” ପକ୍ଷରୁ ଉଲ୍ଲାସ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...