ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ସମନ୍ୱିତ ଶିଶୁ ବିକାଶ, ନୂଆଗାଁ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ନୂଆଗାଁ ବ୍ଲକ ସି ଡି ପି ଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ, ଅଙ୍ଗନୱାଡି ସୁପର ଭାଇଜର ସଞ୍ଜୁଲତା କଅଁର ପ୍ରମୁଖ ଯୋଗଦେଇ ଆଜିର ସମାଜରେ ଚାଲିଥିବା ବାଲ୍ୟବିବାହକୁ କିପରି ରୋକାଯାଇ ପାରିବ, ବେଟି ବଚାଓ ବେଟି ପଢ଼ାଓ, କନ୍ୟାଭୃଣ ହତ୍ୟା, ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବାଳିକାମାନେ କିପରି ଆଗ୍ରହ ପ୍ରକାଶ କରିବେ, ବାଳିକାମାନେ କିପରି ଅଧିକ ଶିକ୍ଷିତ ହେଲେ ଦେଶ ଅଗ୍ରଗତି କରିବ ସେ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନାୱାଡି କର୍ମୀ ସମେତ ନୂଆଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
Related posts
-
ନୂଆଗାଁ ବ୍ଲକରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମାରେ ବିଜେଡିର... -
ନୂଆଗାଁ ବ୍ଲକରେ ୧୭୫ରୁ ୧୭୦ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ... -
ସାହିତ୍ୟ ଉତ୍ସବ “ସମ୍ଭାର” କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ଥିବା ଦାଶରଥି ସଂଗ୍ରହାଳୟରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ଭ୍ରାମ୍ୟମାଣ...