ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ। ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀର, ମନ  ଏବଂ ଆତ୍ମାକୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ। ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାରା ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା  କୋଲହାନ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବାନନ୍ଦ। ନୟାଗଡ଼ ପୁରୁଣା ସହରସ୍ଥିତ ରାଜବାଟି ସଭା ଗୃହରେ ପ୍ରତ୍ୟହ ଚାଲୁଥିବା ଯୋଗ ଶିବିରରେ ବୁଧବାର ପ୍ରତ୍ୟୁଷରେ ଯୋଗଦାନ କରି ଆଚାର୍ଯ୍ୟ ଶିବାନନ୍ଦ ଶିବିରାର୍ଥୀ ମାନଙ୍କୁ ଯୋଗ ଏବଂ ଆଧ୍ୟାତ୍ମିକତା ଉପରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ।  ନୟାଗଡ଼ ଯୋଗଶିବିରର ସଭାପତି ପ୍ରତାପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ସଭାପତି ପ୍ରହଲ୍ଲାଦ ସାହୁ,ସରୋଜିନୀ ରଣସିଂହ,ସମ୍ପାଦକ ସୁଦର୍ଶନ ପ୍ରଧାନ, ସହ ସମ୍ପାଦକ ଗୋପୀନାଥ ସେଠିଙ୍କ ସମେତ ନିରୂପମା ପଟ୍ଟନାୟକ, କାଳନ୍ଦୀ ଚରଣ ସାହୁ,ସତ୍ୟନାରାୟଣ ସାହୁ,ସରୋଜ କୁମାର ବାରିକ,ଚକ୍ରଧର ସାହୁ,ହାଡ଼ିବନ୍ଧୁ ସାହୁ ଏବଂ ସମସ୍ତ କର୍ମକର୍ତ୍ତା ତଥା ୫୦ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ଯୋଗଦାନ କରିଥିଲେ।

Related posts