ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତରେ ଥିବା ଚିନ୍ତାମଣି ବିଦ୍ୟାପୀଠ, ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଶିଷ୍ଟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭୀମସେନ ସାହୁ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଶଙ୍କର୍ଷଣ ବେହେରା, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସି ଆର୍ ସି ସି କୈଳାଶ ନାୟକ, ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ, ହିନ୍ଦୀ ଶିକ୍ଷକ ହୃଷିକେଶ ପ୍ରଧାନ, ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ରାୟଗୁରୁ, କ୍ରୀଡା ଶିକ୍ଷକ ପରମାନନ୍ଦ ପରିଡ଼ା, ନୂଆଗାଁ କଲେଜ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ, ଜାକେଡା ପଞ୍ଚାୟତ ହାଇସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ, ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପରିଡ଼ା, ପୁରାତନ ଛାତ୍ର ସଂସଦ ସମ୍ପାଦକ ସୁଧିର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା, ଶିକ୍ଷା କର୍ମଚାରୀ ଯୁଧିଷ୍ଟିର ନାୟକ, ଚରଣ ମାର୍ଥାଙ୍କୁ ମାନପତ୍ର, ଉପଢ଼ୌକନ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ତତ୍ ସହିତ ସେମାନେ କିପରି ଛାତ୍ର ବତ୍ସଳ, ସମୟାନୁବର୍ତ୍ତିତା, ପରୋପକାରୀ ଥିଲା ସେ ଉପରେ ଗୁଣଗାନ କରିଥିଲେ। ଅବସର ଗ୍ରହଣ କରିଥିବା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା ବିଦ୍ୟାଳୟରେ ଦୀର୍ଘ ୩୬ବର୍ଷ ଚାକିରୀ କରି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିବା ସହ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ସେ ଉପରେ ପୁରାତନ ଛାତ୍ର ଛାତ୍ରୀଙ୍କ ସହ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଗୋଲଖ ବିହାରୀ ଗୋଚ୍ଛାୟତ ପରିଚାଳନା କରିଥିଲେ। ପରିଶେଷରେ ଚିନ୍ତାମଣି ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ଛାତ୍ରଛାତ୍ରୀ ଏବଂ ନୂତନ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଦୁଇଜଣ ଶିକ୍ଷା କର୍ମଚାରୀଙ୍କୁ ଛାଡ଼ିବା ପାଇଁ ଘର ପର୍ଯ୍ୟନ୍ତ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
Related posts
-
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ... -
ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଲେ ଶିବାନୀ
“ଜିଓମେଟ୍ରିକ ପାର୍କ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ନୂଆଗାଁ, (ନୟାଗଡ଼ ଦର୍ପଣ):... -
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ...