ବିକାଶ ମେଳା, ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧେ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ ମେଳା,ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଓସୱାନ୍ ସଭାକକ୍ଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଓସୱାନ୍ ବୈଠକ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ,ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମ ଜିଲ୍ଲାରେ ତିନୋଟି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏକାସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା କାଲି ତା.୧୭.୦୯.୨୦୨୪ରିଖ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ ସୁଭଦ୍ରା ଯୋଜନା ଶୁଭ ଉଦ୍‌ଘାଟନ ହେବାକୁ ଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ ଜିଲ୍ଲାରୁ ୫୦୦ ସୁଭଦ୍ରା ଯୋଜନାର ଲାଭାର୍ôଥ ଭୁବନେଶ୍ୱର ଯାଉଛନ୍ତି । ସେମାନଙ୍କର ଯିବା ଆସିବା, ଖାଇବା ପିଇବା ଇତ୍ୟାଦି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫୦୦୦ ହିତାଧିକାରୀ  ଜିଲ୍ଲାର ସମସ୍ତ ବ୍ଲକରୁ ଯୋଗ ଦେଉଛନ୍ତି । ସେମାନଙ୍କର ମଧ୍ୟ ଯିବା ଆସିବା, ଖାଇବା ପିଇବାର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି । ବ୍ଲକସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲାଭାର୍ଥି ତଥା ଅନ୍ୟମାନେ  ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରସାରଣ ଟିଭି ଏବଂ ୟୁଟୁବ୍  ମାଧ୍ୟମରେ ଦେଖିପାରିବେ।

ବିକାଶ ମେଳା ସମ୍ବନ୍ଧୀୟ ଆଲୋଚନାରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ବହୁବିଧ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆମ ନୟାଗଡ଼ ଜିଲ୍ଲାସ୍ତରରେ ତା.୨୦.୦୯.୨୦୨୪ରିଖରେ ବିକାଶ ମେଳାର ଶୁଭ ଉଦ୍‌ଘାଟନ କରାଯିବ ଏବଂ ଏହା ତିନିଦିନ ଧରି ଚାଲିବ । ମାନ୍ୟବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ, ସମବାୟ , ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ କରାଯିବ ।  ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଏବଂ ଉପସ୍ଥିତ ସର୍ବସାଧାରଣଙ୍କ ମନୋରଂଜନ ନିମନ୍ତେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ହଜାର ଦର୍ଶକଙ୍କ ସମାଗମ କରାଯିବାର ବ୍ୟବସ୍ଥା କରାଯାଉଛି । ତା.୧୭.୦୯.୨୦୨୪ରିଖ ଠାରୁ ତା.୦୧.୧୦.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସ୍ୱଚ୍ଛତା କାର୍ଯ୍ୟକ୍ରମମାନ ଚାଲୁରହିବ । ଏହା ତା.୦୨.୧୦.୨୦୨୪ରିଖ ଗାନ୍ଧି ଜୟନ୍ତୀରେ ସ୍ୱଚ୍ଛତା ପକ୍ଷ ପାଳନର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହି ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ତା.୧୭.୦୯.୨୦୨୪ରିଖ ଠାରୁ ତା.୦୧.୧୦.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ଜଳାଶୟ ଇତ୍ୟାଦି ସଫାସୁତରା କରାଯିବ । ଏହା ସହ ତା.୦୧.୧୦.୨୦୨୪ରିଖରେ ମଧ୍ୟ ସଫେଇ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଏଥି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା କରାଯିବ। ଆଜିର ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Related posts