ଉଦଯାପିତ ହେଲା ପଞ୍ଚଦିବସୀୟ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଭାଷା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ, ଭୁବନେଶ୍ୱର ଦ୍ୱାରା ଗତ ୫ଦିନ ଧରି ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା ପ୍ରାଥମିକ ଇଂରାଜୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗତ ୨୨ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରି ଇଂରାଜୀ ଶିକ୍ଷା କ୍ଷେତ୍ରରେ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଭାଷା ପ୍ରଶିକ୍ଷଣ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ତଥା ବରିଷ୍ଠ ପ୍ରଶିକ୍ଷକ ଗଦାଧର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବିରଞ୍ଚି ନାରାୟଣ ରଥ ତାଲିମ ପ୍ରଦାନ କରିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଇଂରାଜୀ ଶିକ୍ଷାଦାନ ସମ୍ପର୍କିତ ସମସ୍ତ ସନ୍ଦେହ ଦୂରୀକରଣ କରିବା ସହ ଜାତୀୟ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟ ହାସଲ କରିବା ଦିଗରେ ଯଥେଷ୍ଟ ପ୍ରେରଣା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ତାଲିମ ଲବ୍ଧ ଜ୍ଞାନକୁ ଶ୍ରେଣୀ ଗୃହରେ ଶତ ପ୍ରତିଶତ ପ୍ରୟୋଗ କରିବାର ପ୍ରତିଶୃତି ଦେଇଥିଲେ ।

Related posts