ଦଶପଲ୍ଲାରେ ସେବା ଉତ୍ସବ,
ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ପଚାଶ ରୋଗୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଠାରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବ ମିଳିତ ସହଭାଗିତାରେ ଦଶପଲ୍ଲା ବ୍ଲକ ଘୁଗୁଡିପଡା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ମର୍ଦ୍ଦାବାଡ଼ି ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୬୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଃଶୁଳ୍କ ଔଷଧ ଓ ଚଷମା ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ପଚାଶ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ।

ସେବା ଉତ୍ସବ ସମିତି ପକ୍ଷରୁ ପ୍ରତିବର୍ଷ ଦଶପଲ୍ଲା ବ୍ଲକର ବିଭିନ୍ନ ଅପହଂଚ ଅଂଚଳରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିବା ବେଳେ ଚଳିତ ଥର ଏହି ସେବା ଉତ୍ସବରେ ବିଭିର୍ଣ୍ଣ ବର୍ଗର ଲୋକ ସାମିଲ ହୋଇଥିଲେ। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ର ଓ ସୀତାରାମ ୟୁଥ କ୍ଲବ ସଭାପତି ସୁଜିତ ପ୍ରଧାନଙ୍କ ତତ୍ବାବଧାନତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ଼ ଅରବିନ୍ଦ ଦାସ ଏବଂ ଡାକ୍ତର ସ୍ପନ୍ଦନ ମିଶ୍ର ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାର୍ମାଶିଷ୍ଟ ବଂଶୀଧର ସାହୁ, ରଂଜନ ନନ୍ଦ, ବସନ୍ତ କୁମାର, ସରୋଜ ସାହୁ ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମାଜସେବୀ ଦାମୋଦର ସାହୁ, ଯୁବ ସମାଜସେବୀ ବ୍ରଜେନ୍ଦ୍ର ପ୍ରସାଦ ଧଳ ସୁନୀଲ ପାତ୍ର, ସେବା ସମିତି ସଦସ୍ୟ ଗୁଲସନ କୁମାର ଦାସ, ବିଭୁ ପ୍ରସାଦ ଦାଶ, ଗୋପାଳ ଚନ୍ଦ୍ର ସାହୁ, ରଂଜନ କୁମାର ବେହେରା, ରାଜେନ୍ଦ୍ର ଜେନା, ଅଂଶୁମାନ ସେଠି, କାହ୍ନା ସାହୁ, ସାଇଶ୍ରୀ ପୃଷ୍ଟି, ସଞ୍ଜୟ ସ୍ୱାଇଁ, ସିଦ୍ଧାନ୍ତ କୁମାର ପ୍ରଧାନ, ଆସିଫ ଖାନ, ମଧୁଶ୍ରୀ ମହାଖୁଡ଼, କଲ୍ୟାଣୀ ପରିଡା ପ୍ରମୁଖ ସାମିଲ ହୋଇଥିଲେ। ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସେବା କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖରେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଉଦଯାପନୀ ହେବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts