ନୟାଗଡ଼ରେ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଦ୍ୱିପାକ୍ଷିକ ସହାୟତା ପ୍ରଦାନର ଶୁଭାରମ୍ଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ମୁତାବକ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଦ୍ୱିପାକ୍ଷିକ ସହାୟତା ପ୍ରଦାନର ଶୁଭାରମ୍ଭ ଶ୍ରୀମତୀ ସ୍ୱଧା ଦେବ ସିଂ, ଭା.ପ୍ର.ସେ. ଜିଲ୍ଲାପାଳ ନୟାଗଡ଼ଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯୫ଜଣ ଆବେଦନକାରୀଙ୍କୁ ଟ.୫୮,୩୨,୪୦୦/-ର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି । ଏଥିରେ ୬୭ଜଣଙ୍କୁ ବିବାହ କାଳୀନ ସହାୟତା ବାବଦରେ ଟ.୩୧,୫୦,୦୦୦/- , ୧୩ଜଣ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୨୬,୦୦,୦୦୦/-, ୧୦ଜଣ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ଟ.୫୦,୦୦୦/- ଏବଂ ୫ଜଣଙ୍କୁ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ଟ.୩୨,୪୦୦/- ପ୍ରଦାନ କରାଯାଇଥିଲା । ଏହି ଭଳି ୧୫ଦିନିଆ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ ନୂତନ ଭାବେ କରାଯାଇଥିବାରୁ ଶ୍ରମିକ ଭାଇଭଉଣୀଙ୍କ ତରଫରୁ ଶ୍ରମ ବିଭାଗକୁ ସାଧୁବାଦ ଜଣାଇବା ସହିତ ଖୁସି ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ), ପୂଜାରାଣୀ ସାମଲ, ସହକାରୀ ଶ୍ରମ ଅଧିକାରୀ, ଭାପୁର, ଶ୍ରୀ ସତ୍ୟବ୍ରତ ପାଇକରାୟ, କଲ୍ୟାଣ ସଂଯୋଜକ, ଶ୍ରୀ ଅନିଲ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Related posts