ଜିଲ୍ଲାସ୍ତରୀୟ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ଜିଜ୍ଞାସା’ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ମୋ’ସ୍କୁଲ ଅଭିଯାନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଜିଜ୍ଞାସା ପ୍ରଶିକ୍ଷଣ ଶିବିର ନୟାଗଡ଼ ଏନଏସି ହାଇସ୍କୁଲଠାରେ ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷିଣ ଶିବିରକୁ ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ଜଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ହାଇସ୍କୁଲ ସ୍ତରରେ ବିଦ୍ୟାର୍ଥି ମାନଙ୍କର ବିଜ୍ଞାନଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ତଥା ସେମାନଙ୍କ ଜିଜ୍ଞାସାର ସମାଧାନ ପାଇଁ ଉତ୍ସାହିତ କରିବା ସହିତ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥି ମାନଙ୍କ ସୃଜନଶୀଳତା ଏବଂ ଆଗ୍ରହ ବୃଦ୍ଧି କରିବା, ସେମାନଙ୍କୁ ନୂତନ ପ୍ରକଳ୍ପ ପ୍ରସ୍ତୁତିରେ ସାହାଯ୍ୟ କରିବା, ବିଜ୍ଞାନ ସମ୍ମତ ତତ୍ତ୍ୱ ଆଧାରିତ ଚିନ୍ତନ ମାଧ୍ୟମରେ ଅନୁସନ୍ଧାନ କରିବାରେ ସହଯୋଗ କରିବା ଦିଗରେ ଶିକ୍ଷକମାନେ ତତ୍ପର ହେବା ଆଦି ବିଷୟରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ପରିଦର୍ଶନରେ ଆସିଥିବା ବେଳେ ରାଜ୍ୟ ସମ୍ବଳ ପ୍ରଶିକ୍ଷକ ମନୋଜ ଶତପଥି ଯୋଗଦାନ କରି ପ୍ରଶିକ୍ଷଣ କାର୍ଯ୍ୟରେ ସହଯୋଗ କରିଥିଲେ । ମାଷ୍ଟର ଟ୍ରେନର ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦ ଏବଂ ଚନ୍ଦ୍ର ଶେଖର ସେନାପତି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହିତ ଉପସ୍ଥିତ ବିଜ୍ଞାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ନୂଆଗାଁ ଏବଂ ନୟାଗଡ଼ ବ୍ଲକର ୫୯ଟି ହାଇସ୍କୁଲର ବିଜ୍ଞାନ ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ ।

Related posts