ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ସତ୍ୟ, ଅହିଂସା, ତ୍ୟାଗ ଓ ନୈତିକତାର ପ୍ରତୀକ ମହାତ୍ମା ଗାନ୍ଧୀ ଏବଂ ସରଳତା, ଶୃଙ୍ଖଳା ଓ ଦେଶପ୍ରେମର ପ୍ରତୀକ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ରେ ପୂଜ୍ୟପୂଜା ଅନୁଷ୍ଠାନ ଓ ସିଭିଲ ସୋସାଇଟି ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ସମାଜସେବୀ ରୋଟାରିଆନ ଗୋଦାବରୀଶ ସାହୁଙ୍କ ସଭାପତିତ୍ୱ ଏବଂ ଶିକ୍ଷାବିତ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତା ଭାବେ ଯୋଗଦେଇ ଦୁଇ ମହାନ ଜାତୀୟ ନେତାଙ୍କ ଜୀବନ, ଆଦର୍ଶ ଓ ଦେଶପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧୀଜୀଙ୍କ ଜୀବନ କେବଳ ଏକ ଐତିହାସିକ ଅଧ୍ୟାୟ ନୁହେଁ; ଏହା ସତ୍ୟ ଓ ଅହିଂସାର ଏକ…

Read More

ଇଟାମାଟିରେ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗ୍ରହ

ଇଟାମାଟି, (ନୟାଗଡ଼ ଦର୍ପଣ): ଗାନ୍ଧୀ ଜୟନ୍ତୀ ଅବସରରେ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ ଓ ଜ୍ଞାନଦୀପ ବିଦ୍ୟାମନ୍ଦିର ପକ୍ଷରୁ ଇଟାମାଟିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଶିବିରକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ଇଟାମାଟି ଅଞ୍ଚଳର ବହୁ ରକ୍ତଦାତା ଓ ସମାଜସେବୀ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନକୁ ଏକ ମହତ୍ ଦାନ ବୋଲି ଅଭିହିତ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମିଶ୍ର ଶିବିର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶିବିରରେ…

Read More

ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍‌ର ଆକ୍ୱାଗାର୍ଡ ଉପହାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରକୁ ନୟାଗଡ଼ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି। ରୋଟାରୀ କ୍ଲବ୍ ସଭାପତି ଶ୍ରୀ ବାସୁଦେବ ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅନ୍ତର୍ଯ୍ୟାମୀ ପତିଙ୍କୁ ଆକ୍ୱାଗାର୍ଡ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍‌ର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଶ୍ରୀ ଅବିନାଶ ସାହୁ ଏବଂ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଓ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଦିଗରେ ରୋଟାରୀ କ୍ଲବ୍‌ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯିବା ସହ କ୍ଲବ୍‌ର ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Read More