ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାରମ୍ୟାନ ରୋଟାରିଆନ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ୬୦ରୁ ଅଧିକ ସାମ୍ବାଦିକ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସୁରଦେଓ, ଆଚାର୍ଯ୍ୟ ବିଶ୍ୱରଞ୍ଜନ, ବୈଦ୍ୟଭୂଷଣ ମହାପାତ୍ର, ରାମକୃଷ୍ଣ ରଥ, ଅଶୋକ ମହାପାତ୍ର ଓ ରଜତ ପଟ୍ଟନାୟକ ପ୍ରମୁଖ ଓଡ଼ିଆ ସାମ୍ବାଦିକତା ଦିବସର ମହତ୍ତ୍ୱ, ଓଡ଼ିଆ ସାମ୍ବାଦିକତାର ଗୌରବମୟ ପରମ୍ପରା ଏବଂ ଏହାର ମୌଳିକତା ଓ ବିଶ୍ୱସନୀୟତା ରକ୍ଷାରେ ସାମ୍ବାଦିକମାନଙ୍କ…
Read MoreDay: August 4, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ବନ୍ଧୁତ୍ୱ ଦିବସ ପାଳିତ, ଫ୍ରେଣ୍ଡସିପ୍ ବ୍ୟାଣ୍ଡ ଓ ଛେନାପୋଡ଼ରେ ବଢ଼ିଲା ବନ୍ଧନ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍, ନୟାଗଡ଼ ପକ୍ଷରୁ ବନ୍ଧୁତ୍ୱ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ୍ର ସଦସ୍ୟମାନେ ଯୋଗଦେଇ ପରସ୍ପରକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁତ୍ୱର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସମସ୍ତେ ଏକାଠି ଛେନାପୋଡ଼ କାଟି ବନ୍ଧୁତ୍ୱ ଦିବସ ପାଳନ କରିଥିଲେ। ସଦସ୍ୟମାନେ ସମାଜରେ ସୌହାର୍ଦ୍ଦ, ପାରସ୍ପରିକ ସହଯୋଗ ଓ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ବନ୍ଧୁତ୍ୱର ବନ୍ଧନକୁ ଆହୁରି ନିବିଡ଼ କରିବା ସହ ସମସ୍ତଙ୍କ ମଧ୍ୟରେ ସମ୍ପ୍ରୀତିର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Read More