ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଶୁକ୍ରବାର ନୟାଗଡ଼ ଗସ୍ତରେ ଆସି ଦଳର ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ କାର୍ଯ୍ୟକ୍ରମକୁ ନେଇ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ନୟାଗଡ଼ ପୂର୍ତ୍ତ ବଙ୍ଗଳାରେ ଆୟୋଜିତ ବୈଠକରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ରଣଜିତ ଦାଶ, ବରିଷ୍ଠ ନେତୃବୃନ୍ଦ, ବିଏଲଏ-୧ ଓ ବିଏଲଏ-୨ ସଦସ୍ୟମାନେ ଯୋଗଦେଇଥିଲେ। ଏସଆଇଆର ପ୍ରକ୍ରିୟାରେ ବିଏଲଏ-୨ଙ୍କ ସକ୍ରିୟ ଭୂମିକା ଏବଂ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ଅକ୍ଟୋବର ମାସ ସୁଦ୍ଧା ପଞ୍ଚାୟତ କମିଟି ସମେତ ଦଳର ସମସ୍ତ ସାଙ୍ଗଠନିକ କମିଟି ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଛାତ୍ରଛାତ୍ରୀଙ୍କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା, ଗଣଶିକ୍ଷା ମନ୍ତ୍ରୀ…
Read MoreDay: July 31, 2026
ଅବସର ଗ୍ରହଣ କଲେ ପ୍ରଧାନଶିକ୍ଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଏନ୍.ସି.ସି ଶିକ୍ଷକ ଅଜୟ କୁମାର୍ ମିଶ୍ର ନିକଟରେ ପ୍ରଧାନଶିକ୍ଷକ ଭାବରେ ପଦୋନ୍ନତି ପାଇ ଗତ ଜୁନ୍ ଚାରି ତାରିଖରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇ ଆଜି ସରକାରୀ ଚାକିରିରୁ ଅବସର ନେଲେ। ଶ୍ରୀଯୁକ୍ତ ମିଶ୍ର ଜଣେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ପରେ ନିଜକୁ ଜଣେ ଏନ୍. ସି. ସି ଅଧିକାରୀ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଅବସରକାଳୀନ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ। ଆଜିର ସଭାରେ ନୟାଗଡ଼ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ…
Read Moreଅବସର ନେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଲୋକପ୍ରିୟ କିରାଣୀ ‘ଦେ ବାବୁ’
ନୟାଗଡ଼ ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସିଦ୍ଧାର୍ଥ ଦେ ଆଜି ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୨ବର୍ଷ ଧରି ନିଷ୍ଠାପର ଭାବେ ନୟାଗଡ଼ ଜିଲ୍ଲାରେ ସେ କାର୍ଯ୍ୟକରୀ ସୁନାମ ଅର୍ଜ୍ଜନ କରିଛନ୍ତି। ଆଜି ସନ୍ଧ୍ୟାରେ ନୟାଗଡ଼ ସାମ୍ବାଦିକ ଭବନରେ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ସମ୍ପାଦକ ଅନୀଲ କୁମାର ପଣ୍ଡା ସଂଯୋଜନା କରିଥିଲେ। ସାମ୍ବାଦିକମାନେ କିରାଣୀ ସିଦ୍ଧାର୍ଥ ଦେଙ୍କୁ ନେଇ ନିଜ ନିଜର ଅନୁଭୂତି ବଖାଣିଥିଲେ। ନୟାଗଡ଼ ଜିଲ୍ଲାର ସାମ୍ୱାଦିକଙ୍କ ପାଇଁ ସେ କରିଥିବା ସାହାଯ୍ୟ ଓ ସହଯୋଗ ସମସ୍ତଙ୍କର ମନେ ରହିବ ବୋଲି କହିଥିଲେ। ଶ୍ରୀଯୁକ୍ତ ଦେ, ନୟାଗଡ଼ରେ ଦୀର୍ଘ ୩୨ ବର୍ଷ କାଳ ସୁଚାରୁ ରୂପେ…
Read Moreଅବସର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ସିଦ୍ଧାର୍ଥ ଦେ ଆଜି ଅବସର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଶ୍ରୀଯୁକ୍ତ ଦେ, ନୟାଗଡ଼ରେ ଦୀର୍ଘ ୩୨ ବର୍ଷ କାଳ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ସୁଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହନ କରି ଲୋକପ୍ରିୟ ହୋଇପାରିଥିଲେ । ସମସ୍ତେ ତାଙ୍କ ଅବସର ପରବର୍ତ୍ତୀ ଜୀବନର ଶୁଭ ମନାସି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
Read More