ଭାରତ ବିକାଶ ପରିଷଦ ପକ୍ଷରୁ ୪୦୦ ଫଳ ଓ ଔଷଧୀୟ ଚାରା ବଣ୍ଟନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ପକ୍ଷରୁ ନୂଆଗାଁ ବ୍ଲକ ଅନ୍ତର୍ଗତ କିରିଆଲାଞ୍ଜି ଗ୍ରାମରେ ଏକ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ଲେମ୍ବୁ, ଆତ, ପିଜୁଳି, ଅଁଳା, ସଜନା, ଅମୃତଭଣ୍ଡା, ଡାଳିମ୍ବ, ଆମ୍ବ ଓ ଶାଗୁଆନ ଭଳି ବିଭିନ୍ନ ପ୍ରଜାତିର ମୋଟ ୪୦୦ଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ସେହିପରି କିରୀୟାଲାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲେମ୍ବୁ, ଅଁଳା, ପିଜୁଳି, ଡାଳିମ୍ବ ଆଦି ଫଳଜ ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ବରିଷ୍ଠ ସଦସ୍ୟ ତଥା ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତିଙ୍କ ସମେତ ସୁବଳ ଚରଣ ବେହେରା, ଉଦୟନାଥ ନାୟକ, ଗୋବିନ୍ଦ ଚନ୍ଦ୍ର…

Read More

ନିଶାମୁକ୍ତ ଯୁବକ – ବିକଶିତ ଭାରତ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନିଶାମୁକ୍ତ ଯୁବକ – ବିକଶିତ ଭାରତ କାର୍ଯ୍ୟକ୍ରମ ପାଇଁ  ନୟାଗଡ଼ରେ ମାଇଁ ଭାରତ ଓ ସେବା ଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ନୟାଗଡ଼ ସେବା ଉତ୍ସବ ସମିତି କାର୍ଯ୍ୟାଳୟ ପରିସରରେ ଏନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ପକ୍ଷରୁ ଆସନ୍ତା ୩୦ତାରିଖରେ ଜିଲ୍ଲା ସ୍ଥରୀୟ ବିଭିର୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ୧୫ ରୁ ବର୍ଷରୁ ୨୯ବର୍ଷ ପର୍ଯ୍ୟନ୍ତ ଯୁବକ/ ଛାତ୍ରଛାତ୍ରୀ ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଯୁବପିଢ଼ିଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହିତ ନିଶାମୁକ୍ତ ଓ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବାକୁ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଲୋକ…

Read More