ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ଆଜି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ନୟାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ରହି ପାରୁ ନାହାନ୍ତି। ସିଏ କଣ ଫାଇଲକୁ ସୁରକ୍ଷା ଦେବେ। ଚୋର କହୁଛି ଚୋର ପଳେଇଲା, ବାଡ଼ ଯଦି ଫସଲ ଖାଇବ କହିବ କାହାକୁ ତେଣୁ ଏହା ଦୀପତଳ ଅନ୍ଧାର ଭଳି କଥା। ଏ ସବୁ ହାସ୍ୟସ୍ପଦ କଥା, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। କାରଣ ଫାଇଲ ସତରେ ହଜିଛି ନାଁ ଫାଇଲକୁ ଜାଣିକି ହଜେଇ ଦିଆଯାଇଛି? ଯଦି ଲୋକସେବା ଭବନରେ ଫାଇଲ ଚୋରି ହେଉଛି ତେବେ ଓଡିଶା କେତେ ସୁରକ୍ଷିତ। ଏତେ ସାରା ସିସିଟିଭି ଥାଇ…
Read MoreDay: June 7, 2026
ଝାଡ଼ପଡା ଠାରେ ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଡ଼ପଡା ଠାରେ ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଠାରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ ପାଇଁ ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା,ସରପଞ୍ଚ…
Read Moreନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ପରିଦର୍ଶନ କଲେ ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ। ତାଙ୍କ ସହିତ ଥିଲେ ପ୍ରଥମ ମହିଳା ତଥା ଇନରହୁଇଲ ଚେୟାରମ୍ୟାନ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ । ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ବସିରନ୍ ବିବିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ତ୍ରିପାଠୀ ମଞ୍ଚାସୀନ ହୋଇ ରୋଟାରୀ କ୍ଳବ୍ ନୟାଗଡ଼ର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କ୍ଳବ୍ ସେବା କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ କ୍ଳବ୍ ଭାବେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛି ବୋଲି କହିଥିଲେ। ରୋଟାରୀ କ୍ଳବ୍ ର ଫିଜିଓଥେରାପି କେନ୍ଦ୍ର ଓ ଆମ୍ବୁଲାନ୍ସର ଉପଯୋଗିତା ସହିତ ବୃକ୍ଷ ରୋପଣ, ଓଡ଼ିଆ ସାମ୍ବାଦିକତା ଦିବସ,…
Read More