ଆଗାମୀ ଦିନରେ ସୁଧାର ନ ଆସିଲେ ରାଜ ରାସ୍ତାରେ ହେବ ତୀବ୍ର ଆନ୍ଦୋଳନ ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ ବିଜେପି କର୍ମୀଙ୍କ ଦବଦବା ଏବଂ ଗୁଣ୍ଡାରାଜ, ଏଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ । ଏଭଳି ପ୍ରସଙ୍ଗଙ୍କୁ ନେଇ ଆଜି ଦଶପଲ୍ଲାର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ଏବଂ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ସଭାପତିତ୍ବରେ ଏସପି ଅଫିସ ଘେରାଉ କରିବା ସହିତ ନୟାଗଡ ଜିଲ୍ଲାକୁ ସୁଧାର ଆଣିବା ପାଇଁ ସହ ସହ କର୍ମୀଙ୍କୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦୁର୍ବଳ ସରକାର ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା…
Read MoreMonth: May 2026
ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ଆଜି ଦୁଇ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟଣା ସମଗ୍ର ଶିକ୍ଷା ମହଲକୁ ଶୋକାକୁଳ କରିଦେଇଛି। ଆଜି ସକାଳେ ରଣପୁର ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ଦେହାନ୍ତ ଘଟିଥିଲା। ତାଙ୍କୁ ରଣପୁର ମେଡିକାଲକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗୋପାଳପୁର ବଜାରରେ ଏକ ଶୋକାକୁଳ ଶୋଭାଯାତ୍ରା କରାଯାଇ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ସ୍ବର୍ଗତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଦେଉଳିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ…
Read Moreଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ ବିଜେପି କର୍ମୀଙ୍କ ଦବଦବା । ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ । ଏଭଳି ପ୍ରସଙ୍ଗ ନେଇ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଷୋଦଗାର କରିଛନ୍ତି ବିଜେଡି ନେତା । ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦୁର୍ବଳ ସରକାର ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସାଧାରଣ ଜନତାକୁ ଭୟଭୀତ କରିଥିବା କହିଛନ୍ତି । ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଅରାଜକତା ବଢ଼ିଛି । ଅପରାଧିମାନେ ଆଇନକୁ ଭୃକ୍ଷେପ କରୁ ନାହାନ୍ତି । ବର୍ବରତା ସୀମା ଅତିକ୍ରାନ୍ତ କରିଛି । ଢେଙ୍କାନାଳ…
Read Moreଓଡ଼ଗାଁରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାକଲେ ଖଣି ମାଫିଆ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର ସାହୁ (୩୮)ଙ୍କୁ ନିର୍ମମ ହତ୍ୟା। ସୂଚନା ମୁତାବକ ଅଜିତ ଏବଂ ତାଙ୍କ ବନ୍ଧୁମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ସମୟରେ ପୂର୍ଣ୍ଣଚନ୍ଦ୍ର ନାୟକ, ମୁନା ସାହୁ, ଜଗନ୍ନାଥ ପଣ୍ଡା, କୁଲୁ ଭଟ୍ଟ ସମେତ ଛଅ ଜଣ ଏକ ଧଳା ରଙ୍ଗର ମହିନ୍ଦ୍ରା ଗାଡ଼ିରେ ଆସି ହଠାତ୍ ଖଣ୍ଡାରେ ଆକ୍ରମଣ କରିଥିଲେ ଯାହା ଫଳରେ ଅଜିତ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତଦନ୍ତ ସମୟରେ ଏହା ନିଶ୍ଚିତ ହୋଇଛି ଯେ ମୃତ ଅଜିତ ସାହୁ ଏବଂ ତାଙ୍କ ବନ୍ଧୁ ସନ୍ତୋଷ କୁମାର ପ୍ରଧାନ ରାତି ପ୍ରାୟ 12.50 ସମୟରେ ସନ୍ତୋଷ କୁମାର ପ୍ରଧାନଙ୍କ ଏକ କାରରେ କଦଳୀବନ୍ଧରେ ଲାଟେରାଇଟ୍ ପଥର ଖଣ୍ଡରେ ଲୋଡ୍ ହୋଇଥିବା ଦୁଇଟି…
Read Moreନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏ-୧ ଏବଂ ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରୀ ବୈଭବି ଦିବ୍ୟଦର୍ଶନୀ ମୋଟ ୫୪୪ ନମ୍ବର (୯୦.୬୬%) ରଖି ଏ-୧ ଗ୍ରେଡରେ ପାସ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିଛି। ସେହିପରି ଏ-୨ ଗ୍ରେଡରେ ସଫଳତା ପାଇଥିବା ତିନିଜଣ ଛାତ୍ରୀ ସ୍ଥିତ ପ୍ରଜ୍ଞା ସାହୁ (୫୧୬ ନମ୍ବର), ଶୁଭଲକ୍ଷ୍ମୀ ପ୍ରଧାନ (୫୧୩ ନମ୍ବର) ଏବଂ ଧ୍ରିତି ମଧୁଲିକା (୫୧୧ ନମ୍ବର)ଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ…
Read Moreଗଣିଆ ବାଲିସାହି ନିକଟରୁ ଯୁବକଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଚୌବଙ୍ଗ ଅନ୍ତର୍ଗତ ବାଲିସାହି ନିକଟସ୍ଥ ଏରୁଣ୍ଡିପଥର ରାସ୍ତା କଡ଼ରୁ ଜଣେ ଯୁବକଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।ସୂଚନା ଅନୁଯାୟୀ, ବାଲିସାହି ନିକଟ ଏକ ନିଛାଟିଆ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ପ୍ରଥମେ ମୃତକଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗଣିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।ତେବେ ସନ୍ଧ୍ୟା ସମୟରେ ମୃତ ଯୁବକଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। ମୃତ…
Read Moreନାଟକ ‘ଜଉଘର’: ଧ୍ୱଂସର ସ୍ତୂପ ଉପରେ ଶ୍ରଦ୍ଧାର ନିଅଁ ଗଢ଼ିବାର ଏକ ନିଆରା ପ୍ରୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅତୀତର ମହାଭାରତ ହେଉ କିମ୍ବା ଆଜିର ଆଧୁନିକ ସମାଜ, କ୍ଷମତା ଆଉ ସିଂହାସନ ପାଇଁ ଷଡ଼ଯନ୍ତ୍ରର କଳାବଳୟ ସବୁଠି ବିଦ୍ୟମାନ। ଏହି ଚିରନ୍ତନ ସତ୍ୟକୁ ଆଧାର କରି ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟ ରେ ରାଗେଶ୍ରୀ ନିଳୟମ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ହୃଦୟସ୍ପର୍ଶୀ ନାଟକ ‘ଜଉଘର’। ନାଟ୍ୟକାର ବ୍ରତ୍ୟ ବସୁଙ୍କ ଲିଖିତ ଏବଂ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକଟି କେବଳ ମନୋରଞ୍ଜନ ନୁହେଁ, ବରଂ ମଣିଷ ଭିତରେ ସୁପ୍ତ ଥିବା ବିବେକକୁ ଜାଗ୍ରତ କରିବାର ଏକ ସଫଳ ଆହ୍ୱାନ ଥିଲା। ନାଟକର ମୂଳ ବାର୍ତ୍ତା ଅନୁଯାୟୀ, ମଣିଷ ନିଜର ଅହଂକାର ଓ ଶକ୍ତି ପ୍ରଦର୍ଶନ ପାଇଁ ସର୍ବଦା ଲାଳାୟିତ। ଶାସକ ଓ ଶୋଷିତଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ, ଜୀବନ ଓ ମୃତ୍ୟୁର ଲଢ଼େଇ ମଧ୍ୟରେ କିଭଳି ମାନବିକତା ହଜିଯାଉଛି,…
Read Moreନୟାଗଡ଼ରେ ଖୋଲିଲା ବିପି ଚେସ ଏକାଡେମୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳରେ ଚେସ ଖେଳାଳି ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଥମ ଥର ପାଇଁ ସ୍ଥାପିତ ଏକ ଚେସ ଏକାଡେମୀ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଟାଉନ ଷ୍ଟେସନ ରୋଡ଼ରେ ଥିବା ଫିଟନେସ ପ୍ଲାନେଟ ନିକଟରେ ଅବସ୍ଥିତ ଏହି ଚେସ ଏକାଡେମୀକୁ ଓଡ଼ିଶା ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ମିଳିତ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଲକ୍ଷ୍ମୀଧର ସାହୁ, ରାଜ୍ୟ ଚେସ ଆସୋସିଏସନ କାର୍ଯ୍ୟକାରିଣୀ କମିଟି ସଦସ୍ୟ ରିତେଶ ରଥ, ପୂର୍ବତନ ସଭାପତି ଶ୍ରୀଧର ସାହୁ,ସଦସ୍ୟ ବିଶ୍ୱରଂଜନ ଦାଶ ତଥା ଚେସ ଏକାଡେମୀର ନିର୍ଦ୍ଦେଶକ ବାଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚେସ ଖେଳ ଶିଖିବା ତଥା ବିଭିନ୍ନ…
Read Moreମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ‘ମଞ୍ଚାୟନ ନାଟକ ମହୋତ୍ସବ-୨୦୨୬’ର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ବାଗଦେବୀ ଲିଟେରେଚର ଟ୍ରଷ୍ଟ’ ପକ୍ଷରୁ ନାଟକ ‘ଓଡ଼ଶ’ ମଞ୍ଚସ୍ଥ ହୋଇଯାଇଛି। ମେ’ ୯ ତାରିଖ ସନ୍ଧ୍ୟାରେ ପରିବେଷିତ ଏହି ନାଟକଟି ସମାଜର ବିଭିନ୍ନ ଦିଗ ଓ ମଣିଷର ଚରିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରି ଦର୍ଶକଙ୍କ ମନ ଜିଣିପାରିଛି। ନାଟକଟିର ମୂଳ ଭାବଧାରା ‘ପୃଥିବୀରେ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି’ ଉପରେ ଆଧାରିତ। ଛୋଟ ହେଲେ ମଧ୍ୟ ଓଡ଼ଶର ଜୀବନ ଅଛି, ସେ ମଣିଷ ପରି ଖାଏ, ବୁଲେ ଏବଂ ତା’ର ମଧ୍ୟ ସଂସାର ଅଛି। ନାଟକରେ ଓଡ଼ଶ ଓ ମଣିଷ ମଧ୍ୟରେ ଥିବା ତୁଳନାତ୍ମକ ଚିତ୍ରକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି। ମଣିଷର ରକ୍ତ ଶୋଷି ଓଡ଼ଶ…
Read More‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ,ଯଜ୍ଞ, ନୈତିକ ଶିକ୍ଷା, ମୂଲ୍ୟବୋଧ,ସ୍ୱଧର୍ମ, ସ୍ୱରାଷ୍ଟ୍ର, ସ୍ୱ ଜାଗରଣ ଓ ସ୍ୱଦେଶପ୍ରେମରେ ଉଦବୁଦ୍ଧ ହେଲେ ଶିବିରାର୍ଥୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଚାଲିଥିବା ତ୍ରିଦିବସୀୟ “ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର”ର ଦ୍ଵିତୀୟ ଦିବସ ଶନିବାର ଦିନ ବିଭିନ୍ନ ଆଧ୍ୟାତ୍ମିକ, ନୈତିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ଚରିତ୍ର ଗଠନ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ନେଇ ଦିନବ୍ୟାପୀ ବିଭିନ୍ନ ଅଧିବେଶନ ଆୟୋଜିତ ହୋଇଥିଲା। ସକାଳ ୫.୩୦ ରୁ ପ୍ରାର୍ଥନା ଓ ଯୋଗାଭ୍ୟାସ ସହ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯୋଗ ମାଧ୍ୟମରେ ଶରୀର ଓ ମନର ସନ୍ତୁଳନ ରକ୍ଷା କରି ସୁସ୍ଥ ଜୀବନ ଗଢ଼ିବାକୁ ପ୍ରଶିକ୍ଷକମାନେ ବିଦ୍ୟାର୍ଥୀ ଶିଶୁ,ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଯୋଗ, ପ୍ରାଣାୟମ କାଳାଂଶ ପରେ ବିଦ୍ୟାଳୟ ତରଫରୁ ପୂର୍ବାହ୍ନ ୮ଟା ରୁ ୯.୩୦ ପର୍ଯ୍ୟନ୍ତ ପଞ୍ଚକୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା।…
Read More