ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼ ଜିଲ୍ଲା ର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵାଵେଳେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ସାଂସଦ କନ୍ଧମାଳଙ୍କ ପ୍ରତିନିଧି ରାଘବ ମଲ୍ଲିକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ, ବ୍ଲକ ଉନ୍ନୟନ ଅଧିକାରୀ ଐଶ୍ୱର୍ଯ୍ୟା ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା।…
Read MoreMonth: April 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ଦ୍ବିତୀୟ ଦିନର ଖେଳ ଶରଣକୁଳ ଗାର୍ଲ୍ସ ଏଫ.ସି ଏବଂ ସୋଲପଟା ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଡ୍ର ରହିଲା ନୟାଗଡ, (ନୟାଗଡ଼ ଦର୍ପଣ): ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପରିପ୍ରେକ୍ଷୀରେ ନୟାଗଡ ସ୍ଥିତ ଖେଳ ପଡିଆରେ ଦ୍ବିତୀୟ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ବିତୀୟ ଦିନର ଖେଳ ମୂଖ୍ୟତଃ ଦୁଇ ଗାର୍ଲ୍ସ ଟିମ୍ ମଧ୍ୟରେ ହୋଇ ଯାଇଛି। ଏହି ଖେଳରେ ଶରଣକୁଳ ଗାର୍ଲ୍ସ ଟିମ୍ ସୋଲପଟା ଗାର୍ଲ୍ସ ଟିମ ପରସ୍ପରକୁ ଭେଟିଥିଲେ। ତେବେ ନିର୍ଦ୍ଧାରିତ ସମୟରେ କହି କାହାରିକୁ ଗୋଲ ଦେଇ ନପାରିବାରୁ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ତେବେ ଏହି ଦୁଇ ଟିମ୍ ଲିଗ୍ ପର୍ଯ୍ୟାୟରେ ପୁନଶ୍ଚ ପରସ୍ପରକୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ…
Read Moreଖଣ୍ଡପଡା ଏସଡ଼ିପିଓ ମଦନଙ୍କୁ ନିଲମ୍ବନ ସହିତ ଗିରଫ ନକଲେ କଂଗ୍ରେସ କରିବ ମହିଳା ଆନ୍ଦୋଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏସପି ଏସ ସୁଶ୍ରୀଙ୍କ ଅପାରଗତା ପାଇଁ ଜିଲ୍ଲାରେ ଆଇନଶୃଙ୍ଖଳା ବେଲଗାମ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ଏସପି ଏସ ସୁଶ୍ରୀ ସମ୍ପୂର୍ଣ୍ଣ ବିଫଳ। ନୟାଗଡ଼ ଜିଲ୍ଲାରେ ଏସପି କିଏ ଏସ ସୁଶ୍ରୀ ନା ସୁବାସ ଚନ୍ଦ୍ର ପଣ୍ଡା ତାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି ବୋଲି ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଥାନାରେ ଚୋରି ରାହାଜାନି, ଡକାୟତି କ୍ରମଶଃ ବୃଦ୍ଧି ପାଉଛି। ପ୍ରଚୁର ଦେଶୀ ମଦ, ଚୋରା ଗଞ୍ଜେଇ ଏବଂ ଧଳା ଜହର କାରବାରରେ ଜିଲ୍ଲା ହବ ପାଲଟିଛି। ମହାନଦୀରୁ ବେଆଇନ ବାଲି ଚାଲାଣ, ମାଙ୍କେଡା ପଥର ବେଆଇନ ଖନନ, ଚୋରାଚାଲାଣ ସବୁ ପୋଲିସ ଜାଣତରେ ଚାଲିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି…
Read Moreତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଶିକ୍ଷାନବିଶ କାର୍ଯ୍ୟକ୍ରମ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସଭାକକ୍ଷ ରେ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି ଶିକ୍ଷାନବିଶ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାରେ ସୃଜନ ଓ ବ୍ୟାକରଣ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଆଧାରିତ ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସ୍ମିତାରାଣୀ ରାଉତରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ବିକେଶ କୁମାର ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଅତିଥି ଭାବେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ କୃଷ୍ଣାକୁମାରୀ ଦାସ , ବିଶିଷ୍ଟ ସାହିତ୍ୟିକା ବସିରନ ବିବି ଓ ତଥାସ୍ତୁ ର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ଶିକ୍ଷାନିବିଶ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ କେବଳ ପ୍ରଶିକ୍ଷଣ…
Read Moreଡ. କୁଳାଙ୍ଗାର ପାଇବେ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ ମେ ୩ ତାରିଖ ଦିନ ହେବାକୁ ଥିବା “ହସି ହସାଅ” କାର୍ଯ୍ୟକ୍ରମରେ ବ୍ୟଙ୍ଗକବି ଡ. କୁଳାଙ୍ଗାରଙ୍କୁ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ମେ ୩ତାତିଖ ସନ୍ଧ୍ୟାରେ ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପାୟନ ସହ ୨୧ ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ସୂଚନା ଦିଆଯାଇଛି । ପ୍ରତ୍ୟେକ ବର୍ଷ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ଜନ କରାଯାଉଥିବା ବେଳେ ବ୍ୟଙ୍ଗ ସାହିତ୍ୟକୁ ଆଗକୁ ନେବାକୁ ପ୍ରୟାସ ଜାରି ରହିଛି।
Read More୨୦ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି, ଶିକ୍ଷକ ମାନେ ବିଦ୍ୟାଳୟ ଆସିବେ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ପ୍ରକାର ବିଦ୍ୟାଳୟ ଗୁଡ଼ିକୁ ଚଳିତ ମାସ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଚିଠି ନମ୍ବର ୨୭୯୦ ତା ୧୯.୪. ୨୬ ମାଧ୍ୟମରେ ଜିଲ୍ଲାର ସମସ୍ତ ପ୍ରକାରର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିବ। ତେବେ ଏହି ସମୟ ମଧ୍ୟରେ ବିଦ୍ୟାଳୟର ଅଫିସ ଖୋଲା ରହିବା ସହିତ ପିଲାଙ୍କ ନାମଲେଖା, ପରୀକ୍ଷାକାର୍ଯ୍ୟ ତଥା ଜନଗଣନା କାର୍ଯ୍ୟ ଯଥାରୀତି ଚାଲିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିବେ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
Read Moreରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ପଲ୍ ହ୍ୟାରିସ୍ଙ୍କ ଜନ୍ମଦିନ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ରୋଟାରୀ କ୍ଲବର ପ୍ରତିଷ୍ଠାତା ପଲ୍ ହ୍ୟାରିସ୍ଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। କ୍ଲବ୍ର ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋଟାରୀର ସେବା ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପଲ୍ ହ୍ୟାରିସ୍ ୧୮୬୮ମସିହା ଅପ୍ରେଲ ୧୯ରେ ଜନ୍ମଗ୍ରହଣ କରିଥିଲେ। ୧୯୦୫ ମସିହାରେ ନିଜର କିଛି ବନ୍ଧୁ ମାନଙ୍କୁ ନେଇ ଆମେରିକା ର ଚିକାଗୋ ସହରରେ ରୋଟାରୀ କ୍ଲବ ର ସ୍ଥାପନା କରିଥିଲେ। ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ‘ଛେନାପୋଡ଼’ କାଟି ପଲ୍ ହ୍ୟାରିସ୍ଙ୍କ ଜନ୍ମଦିନ ପାଳନ କରାଯାଇଥିଲା, ଯାହା ଏହି ଉତ୍ସବରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା। ଉପସ୍ଥିତ ରୋଟାରିଆନ ମାନେ ପଲ୍ ହ୍ୟାରିସ୍ଙ୍କ ସ୍ମୃତି ଚାରଣ କରିବା ସହ ବିଶ୍ୱଶାନ୍ତି ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ…
Read Moreପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଶ୍ରୀ ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ।ଏହି ଅବସରରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଉପାଧ୍ୟକ୍ଷ ଶ୍ରୀ ଗୁରୁପ୍ରସାଦ ଜେନା, ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର…
Read Moreକଣ୍ଟିଲୋ,ଖଣ୍ଡପଡାକୁ ରେଳ ସଂଯୋଗ ଦାବିପତ୍ର ନେଇ ବିଧାୟକଙ୍କ ଦିଲ୍ଲୀ ଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳ ଲାଇନକୁ କ୍ରିୟାଶୀଳ କରିବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିଦର୍ଶନ ସମୟରେ ପର୍ଯ୍ୟଟନ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ଏବଂ ଖଣ୍ଡପଡାକୁ ଖୁବ ଶୀଘ୍ର ରେଳ ଗଡ଼ିବା ନେଇ ପ୍ରତିଶୃତି ଦେଇଥିଲେ। ତଦନୁଯାଇ ତାଳଚେର ଠାରୁ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡାକୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ପ୍ରସ୍ତାବିତ ଏହି ୧୨୦ କିମି ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଦର ପର୍ଯ୍ୟନ୍ତ ଏକ କର୍ଡ଼ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଫାଇନାଲ ଲୋକେସନ ସର୍ଭେ ଏବଂ ଡିପିଆର କାର୍ଯ୍ୟ ରେଳବିଭାଗ ପକ୍ଷରୁ ସମ୍ପୂର୍ଣ ହୋଇସାରିଛି। ତେବେ ଚଳିତ ବର୍ଷ ଏହି କାର୍ଯ୍ୟ ପାଇଁ ରେଳ…
Read Moreବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ତିରୋଧାନ ଦିବସ ପାଳିତ
ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ତିରୋଧାନ ଦିବସ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ନୟାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ।…
Read More